କଳ – ଡ. ପ୍ରିୟମ୍ବଦା ସାମଲ

Views: 48
0 0
Read Time:2 Minute, 28 Second

ପ୍ରଥମ ଦେଖାରେ
ତୋ ଇଶରା ପାଇ ରାଗିଗଲି
ସବୁ ପ୍ରେମିକା ଙ୍କ ପରି
କେମିତି ବି ଆପଣେଇ
ନେଲି ତୋତେ ଏତେ ଶୀଘ୍ର
ମୁଁ ଜାଣେନା….
ତୋତେ ନ ଦେଖିଲେ
ମନଟା ମୋ ଛକପକ ହୁଏ
ତୋତେ କଥା ନଶୁଣିଲେ
ମନଟା ମୋ ଗୁମ୍ ସୁମ୍ ରହେ
ତୋ ପାଇଁ କେତେ କଣ
କଥା ଶୁଣେ
ତାସ୍ଛଲ୍ଯ ବି ହୁଏ
ସାଙ୍ଗ ମାନେ ଟୁପ୍ ଟାପ୍
ଫୁସ୍ ଫାସ୍ଟ ହୁଅନ୍ତି
କେହି କେହି ଉସ୍ଛାହ
ବି ଦିଅନ୍ତି, ପ୍ରଶଂସା ବି କରନ୍ତି
ମୋ କ୍ରୁତକାର୍ଯ୍ୟରେ
ତୁ ଆମର ଗର୍ବ କହି
ଆଗେଇ ବାର ପ୍ରେରଣା ଦିଅନ୍ତି।
ଯେ ଯାହା କହୁ ପଛେ
ସବୁ ସହି ନେବି
ତୋ ଭଲ ପାଇବାର
ଦ୍ବାହି ଦେଇ
ହେଲେ ତୁ ମତେ
ହତାଶ କରିବୁନି ତ
ନିରାଶ ଆଉ ପ୍ରବଞ୍ଚନା ରେ
ପୋତି ଦେବୁନି ତ
ଲୋକ ହସାକରିବୁନି ତ
ମୋ ସ୍ବପ୍ନକୁ ସଫଳତା ଦେବୁନା?
କାଳି ଆ କୁ ସାଖି ରଖି
ମୁଁ ତୋ ସହ ଯୋଡି ହେଲି
ଏମିତି ସେମିତି ନୁହେଁ
ହ୍ରୁଦୟ ଦେଇରେ
ରହିଥାଉ ତୋ ମୋ ପ୍ରେମ
ଯୁଗ ଯୁଗ ଯାଏ କେଦାର
ଗୌରୀ ପରି ଏ ଧରାରେ।

ଡ. ପ୍ରିୟମ୍ବଦା ସାମଲ

Share this :
Next Post

ଫଗୁଣ ଆସିଛି ଏବେ ମୋ ପ୍ରିୟା କୁ ଧରି - ସମର ବଲ୍ଲଭ ଭୋଇ

ଫଗୁଣ ଆସିଛି ଏବେ ପ୍ରିୟ କୁ ଧରି ମୃଦୁ ମଳୟ କୁ ସାଥେ ସାଥି କରି ନବ ପଲ୍ଲବିତ ବୃକ୍ଷ ହସୁଛନ୍ତି କିରି କିରି ସବୁଜରଙ୍ଗେ ଧରିତ୍ରୀ ଏବେ ଯାଇଛି ପୁରି ପ୍ରିୟା ମନେ ମନେ ହସ ଯାଇଛି ଭରି ଫଗୁଣ ଆସିଛି ଏବେ ପ୍ରିୟା କୁ ଧରି।। ଗାଁ ଆମ୍ବ ତୋଟା ନଇ ପୋଖରୀ ସବୁଜିମା ରଙ୍ଗ ଦେହେ ଯାଇଛି ଭରି ସେଗାଁ ପ୍ରିୟା ମନେ ମନେ ହୁଅନ୍ତି […]

Subscribe US Now