ଓଁ ନମଃ ଶିବାୟ – କବି-ସଂପଦ କୁମାର ବେହେରା

Views: 59
0 0
Read Time:4 Minute, 29 Second

କୈଳାସ ନିବାସୀ ପାର୍ବତୀ ପତି
ଦେଵ ଦେବ ମହାଦେବ
ତୁମକୁ ସୁମରି ଲେଖୁଛି ଜଣାଣ
ଦୟା ମୋତେ କରିଥିବ।
ଆହେ ଦେବଦେଵ ତୁମେ ମହାଦେବ
ପ୍ରଣାମ ମୋହର ଘେନ
ଜଗତର ରକ୍ଷା କରିବା ନିମିତ୍ତ
କରିଥିଲ ବିଷ ପାନ।
ବିଷର ଜ୍ୱାଳାରେ ନୀଳ ହେଲା କଣ୍ଠ
ହେଲ ପ୍ରଭୁ ସଂଜ୍ଞାହୀନ
ସବୁ ଦେବଗଣ ଆକୁଳେ କରିଲେ
ପ୍ରଭୁ ତୁମ ପୂଜାର୍ଚ୍ଚନ।
ସର୍ଵଦେବାଦେବୀ ଭକ୍ତିଭରେ ବସି
ଜାଳିଲେ ଅଖଣ୍ଡଦୀପ
ଉଜାଗର ରହି ତୁମ ସ୍ତୁତିକଲେ
କରିଲେ ତୁମରି ଜପ।
ଉଠି ବସିଲ ହେ ସଂହାରକରତା
ତୁମ ନାମ ହେଲା ଖ୍ୟାତ
ସଂସାର ତ୍ୟାଗୀର ତୁମେ ନିଦର୍ଶନ
ଆରଂଭ ଜାଗର ବ୍ରତ।
ତୁମ ଦଶ ବ୍ରତ ମଧ୍ୟେ ଏତ ଶ୍ରେଷ୍ଠ
ଏହି ଜାଗର ବ୍ରତ
ଉପବାସ ରହି ଦୀପଟେ ଜାଳିଲେ
ନାଶ ହୁଏ ପାପ ତାପ।
ଏହିଦିନେ ଉମା ତପସ୍ୟା ବଳରେ
ତୁମକୁତ ପାଇଥିଲେ
ତୁମକୁ ପୁଜିଲେ ମନବାଞ୍ଛା ପ୍ରଭୁ
ପୂରଣ ହୁଅଇ ଭଲେ।
ଶରୀରେ ତୁମର ଗୟସ ଦୁଦୁରା
ଗଳାରେ ସର୍ପର ହାର
ହାତରେ ତ୍ରିଶୂଳ ଡମ୍ବରୁ ଧରିଛ
ମଥାରେ ଗଙ୍ଗାର ଧାର।
ବୃଷଭ ବାହନ ବିଭୁତିଲେପନ
ଶ୍ମଶାନରେ କର ବାସ
ଅନ୍ୟାୟ ଅନୀତି ଧ୍ଵଂସ କରିତୁମେ
ଜଗତେ ଉଡାଅ ଯଶ।
ତୃତୀୟନେତ୍ରରେ ପାପ ନାଶ କରି
ସଂସାର ଉଦ୍ଧାର କର
ଭୂତ ପ୍ରେତ ଆଉ ପିଶାଚ ଗଣକୁ
ତୁମେତ ଆୟତ୍ତ କର।
ଭକତଙ୍କ ଦୁଃଖ ନାଶ କର ତୁମେ
ତୁମେ ପ୍ରଭୁ ଦୁଖଃହାରି
ଯେ ଯାହା ମାଗିଲା ତୁମେ ଭୋଳାବାବା
ପାରନାହିଁ ମନା କରି।
ଜାଗର ରାତିରେ ଭାବ ଭକତିରେ
ଜାଳିଦେଲେ ମାଟିଦିପ
ଦୁଃଖକଷ୍ଟ ତାଙ୍କ ହୁଅଇ ଲାଘବ
ଦୂର ହୁଏ ଅଭିଶ୍ୟାପ।
ଆହେ ମହେଶ୍ୱର ରଖିବ ଜଗତ
ଦୂର କର ଦୁଖଃକ୍ଳେଶ
ଏ ଅଧମ ତୁମ ଶରଣେ ପଶିଲା
ଆଶ୍ରା ଦେବ ତୁମ ପାଶ।

କବି-ସଂପଦ କୁମାର ବେହେରା, ଶିକ୍ଷକ
ସତ୍ୟନାରାୟଣ ବିଦ୍ୟାପୀଠ, ବାଲିଆ
ଗୋପ ବ୍ଲକ,ପୁରୀ।

Share this :
Next Post

କଳିଯୁଗ ଜାଗର - ବିମଲ ସାସ୍ମଲ

ଜାଗର ରାତିରେ ଉଜାଗର ରହି ଜାଳୁଛେ ପ୍ରେମ ଦୀପାଳି | ଶିବ ଙ୍କ ପାଖରେ ଦୀପ ଜାଳିଦେଲେ ମିଳିବେନି ଝିଅ କାଳି || ସକାଳୁ ସକାଳୁ ପ୍ରେମିକେ ଉଠିକି ସ୍ଟାଟସ ଦିଅନ୍ତି ଫୋନେ | କେମିତି ଜାଳିବେ ଏକାଠି ଦୀପକୁ ଭାବିଥାନ୍ତି ବସି ମନେ || ଜାଗର ନାମରେ ଉପାସ କରନ୍ତି ଜୀବନ ସାଥିଟେ ପାଇଁ | ଦିନ ଦୁଇଟା ରେ ସର୍ବତ ପିଅନ୍ତି ପେଟ ଥଣ୍ଡା ହେବା ପାଇଁ […]

Subscribe US Now