ଶିବ ମହିମା – ବାସନ୍ତି ଲତା ଜେନା

Views: 26
0 0
Read Time:2 Minute, 34 Second

ସତ୍ୟ ସନାତନ ସଚ୍ଚିଦାନନ୍ଦ ସେ
ମଙ୍ଗଳମୟ ଈଶ୍ବର
ତମସା ରାତିକୁ ଆଲୋକିତ କରେ
ନବ ଜ୍ୟୋତି ଦିବାକର l1
ଅନାଦି ଅନନ୍ତ ନିର୍ବାଣର ମୋକ୍ଷ
ଶିବ ଶକ୍ତି ସର୍ବମୟ
ସାଗର ମନ୍ଥନେ ବିଷ ପାନ କରି
ସଂସାରକୁ କଲେ ଥୟ l2
ନୀଳ କଣ୍ଠେଶ୍ୱର ମହିମା ଅପାର
ନାଟରାଜ ଯୋଗିବର
ଶିବ ନାମ ଜପ ଶିବ ନାମ ତପ
ଶିବ ଯେ ସତ୍ୟ ସୁନ୍ଦର l3
ମହାମୃତ୍ୟୁଞ୍ଜୟ ଜପ କରୁ ଥିଲେ
ହୋଇ ଯାଏ କାଳ ଦୂର
ହେଚନ୍ଦ୍ର ଶେଖର ଶ୍ରୀପଦେ ଜୁହାର
ମନୋବାଞ୍ଛା ପୂର୍ଣ୍ଣ କର l4
ମହାଶିବରାତ୍ରି ଆଜ ଦିନେ ପରା
ବିବାହ ଶିବ ପାର୍ବତୀ
ସୁନ୍ଦର ସୃଷ୍ଟିକୁ ଆଲୋକିତ କଲେ
ଭରି ଦେଇ ସୁଖ ଶାନ୍ତି l5
ହେଶିବ ଶଙ୍କର ଭୋଳା ମହେଶ୍ବର
ତୁମ ଜାଗର ଅଜିତ
ଶିବ ବେଢା ଆଜି ଶିବମୟ ଦିଶେ
ଲକ୍ଷେ ଦୀପ ପ୍ରଜ୍ବଳିତ l6
ହୃଦ ମନ୍ଦିରରେ ବିଜେ କର ପ୍ରଭୁ
ତୁମ ନାମ ଜପୁଅଛି
ଓଁ ନମଃ ଶିବାୟ ଉଚ୍ଚାରଣ କରେ
ମୋକ୍ଷ ପ୍ରାପ୍ତିରେ ରହିଛି l7

ବାସନ୍ତି ଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର

Share this :
Next Post

ଆସିଛି ଏକା ଯିବି ମୁଁ ଏକା - ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ

ଆସିଛି ଏକା ଯିବି ମୁଁ ଏକା ସତ୍ୟ ବାଣୀ  ଏହି ଲୋଭ କରିବି କାହିଁକି କୁହ ପାପ କରିବି କାଇଁ || ଆସିଛି ଏକା ଯିବି…….. (1ଥର ) କରିଲେ ପାପ ନିଶ୍ଚୟ ଫଳ ରହିଛି ଆମ ପାଇଁ ସତର୍କ ଯଦି  ରହିବି  ମୁହିଁ ଶାନ୍ତି ପାଇବି ଯାଇ || ଆସିଛି ଏକା ଯିବି…….. (1ଥର ) ମିଛ ମାୟାର ଜାଲରେ କାଇଁ ଛନ୍ଦି  ହୋଇବି ମୁହିଁ ଏ କଥା […]

Subscribe US Now