ଜୀବନ ଏକ ଝୁଲନ୍ତା ଦୋଳି – ପ୍ରଫୁଲ୍ଲ କୁମାର ହୋତା

Views: 65
0 0
Read Time:2 Minute, 41 Second

ଦୋଳିର ରଜ୍ଜୁ ଟା ଜୀବନ ସୂଚକ
ଝୁଲୁଥାଏ ଝୁଲୁଥାଏ
କେଉଁ ସମୟରେ କିପରି ଛିଡିବ
ସିଏ ବି ଜାଣି ନ ଥାଏ।
ହଠାତ୍ ଚଡକ ଆସି ଓହ୍ଲାଇ ଵ
ଜୀବନ ରଥ ଟି ବନ୍ଦ
ଦୋଳି ରଜ୍ଜୁ ପରି ଆରପାରି ଯିବ
ଖାଲି ମିଛ ମିଛ କାନ୍ଦ।
ଦୁଇଦିନ କାନ୍ଦି କାମ କରିଦେବେ
ପାଶୋରି ଦେବେ ସ୍ମୃତି କୁ
କ ଅଣ ରଖିଛି ଆମପାଇଁ ଭଲା
କଥା ଖାଲି ଏକ ଆରେକୁ।
ଦୋଳି ତ ମାନେନି ତଳକି ଉପର
ଅବିରାମେ ଥାଏ ଗତି
ହସକାନ୍ଦ ଭରା ଦୁନିଆ ବୁକୁରେ
ସୁଖ ଦୁଃଖ ର ସେ ସାଥୀ।
ସିଏ ରଜଦୋଳି ଅବା ପିଲାଦୋଳି
ମାୟା ମମତାର ଚିହ୍ନ
ତାଆରି ବୁକୁରେ ସଭିଏଁ ଜଡ଼ିତ
ଜାଣୁ ଉତ୍ଥାନ ପତନ।
ସଂସାର ସାଗର ଯଦି ପାରିହେବା
‌ହସିହସାଇବା ସାର
ଦୁଃଖ ଯନ୍ତ୍ରଣାକୁ ମୁକାବିଲା କରି
ନିଜ ଜୀବନ କୁ ଗଢ।
ସଭିଏଁ ମିଶିବା ଆରପାରି ଯିବା
ଅଭିନୟ ଶେଷ କରି
ଧୂମକୁଣ୍ଡଳୀଟି ଆକାଶେ ମିଶିବ
ଇଏ ତ ଝୁଲନ୍ତା ଦୋଳି।
ସ୍ୱର୍ଗୀୟ ଆନନ୍ଦ କର ଉପଭୋଗ
କଥା ଥାଉ ମହୀତଳେ
ସଂସାର ଦୋଳିଟା ବସନ୍ତ ଦେଖୁଛି
ତାହାପରେ ଆରପାରେ।

ପ୍ରଫୁଲ୍ଲ କୁମାର ହୋତା
ଖୋର୍ଦ୍ଧା।

Share this :
Next Post

ଆତ୍ମବିଶ୍ବାସ - ସୁକାନ୍ତ ଖଣ୍ଡା

ଭଗବାନଙ୍କୁ ପାଇବା,ଗୋଟିଏ ଗଣିତର ସମାଧାନ ଅଥବା ପୋଖରୀକୁ ଯିବାପାଇଁ ଅନେକ ପଥ,ଅନେକ ପଦ୍ଧତି ଅବଲମ୍ବନ କରିବାର ଅଛି,ନୁହେଁ? କିନ୍ତୁ ସବୁ ଯଦି ବିଶୃଙ୍ଖଳିତ,ଜଣେ ଜଣେ କପଟୀ ଅଥବା କୁଟିଳତା ଭରପୂର ମନ ଓ ହୃଦୟରେ ହିଂସା,ଦ୍ବଷ,ଅହଙ୍କାର ଆଉ ଘୃଣା। ଯେବେ ମନ ଓ ବିବେକକୁ ନ ବାନ୍ଧିବା ପଥ କି ପଦ୍ଧତି ହୁଡି଼ଯିବା ତେବେ…? ଭାବୁଥିଲା ପୁଅ ଖୋଜୁଥିଲା ପଥ,ପଦ୍ଧତିକୁ ସେ ପାଉ ନ ଥିଲା କିଛି ତ ଆଖିରେ […]

Subscribe US Now