ଆତ୍ମବିଶ୍ବାସ – ସୁକାନ୍ତ ଖଣ୍ଡା

Views: 13
0 0
Read Time:4 Minute, 1 Second

ଭଗବାନଙ୍କୁ ପାଇବା,ଗୋଟିଏ ଗଣିତର ସମାଧାନ

ଅଥବା ପୋଖରୀକୁ ଯିବାପାଇଁ

ଅନେକ ପଥ,ଅନେକ ପଦ୍ଧତି

ଅବଲମ୍ବନ କରିବାର ଅଛି,ନୁହେଁ?

କିନ୍ତୁ ସବୁ ଯଦି ବିଶୃଙ୍ଖଳିତ,ଜଣେ ଜଣେ କପଟୀ

ଅଥବା କୁଟିଳତା ଭରପୂର

ମନ ଓ ହୃଦୟରେ

ହିଂସା,ଦ୍ବଷ,ଅହଙ୍କାର ଆଉ ଘୃଣା।

ଯେବେ ମନ ଓ ବିବେକକୁ ନ ବାନ୍ଧିବା

ପଥ କି ପଦ୍ଧତି ହୁଡି଼ଯିବା ତେବେ…?

ଭାବୁଥିଲା ପୁଅ

ଖୋଜୁଥିଲା ପଥ,ପଦ୍ଧତିକୁ

ସେ ପାଉ ନ ଥିଲା କିଛି ତ

ଆଖିରେ ଲୁହ ଆଉ କୋହ।

ବାପା ଦେଖିଲେ ପୁଅ ନୀରବ ନିଶ୍ଚଳ

ଆଖିରେ ଗଙ୍ଗା ଓ ଯମୁନା

ପଛରୁ ପିଠିରେ ହାତ ଥୋଇ କହିଲେ

କ’ଣ ହୋଇଛି

ଏମିତି ନୀରବେ ବସିଛୁ?

ପୁଅ କହିଲା ଗଣିତ ହେଉନି

କି ରାସ୍ତା ପାଉନି ବଢି଼ବାକୁ।

ବାପା କହିଲେ ପୁଅ !

ଗଣିତ ପାଇଁ ପଦ୍ଧତି ଅନେକ

ଠିକ୍ ସେହିପରି

ଈଶ୍ବରଙ୍କ ପାଇଁ ବି ରାସ୍ତା ଅନେକ

ଆଉ ପୋଖରୀ ପାଇଁ ତ ଘାଟ ବି ଭରପୂର

ଅତେବ ଯେଉଁବାଟେ ଯାଉଛ ଯାଅ

ହେଲେ ପୋଛିଦିଅ ହୃଦୟରେ କାଳିମା

ହିଂସା,ଦ୍ବେଷ ଆଉ ଅହଙ୍କାରକୁ

ଭରପୂର ଆତ୍ମବିଶ୍ବାସ ନାହିଁ ତ

ସବୁ ବ୍ଯର୍ଥ,ଶୁଖୁଆ ପୋଡା଼ରେ ହିଁ ଯିବ।

ଏ କଥା ଶୁଣି

ପୁଅ ମନ ଓ ବିବେକକୁ

କଲା ଏକତ୍ରିତ ଖୁବ୍ ଆତ୍ମବିଶ୍ବାରେ

କଠୋର ସାଧନାରେ ନିରତ ରହିଲା ତ

ସମାଧାନ ହୋଇଲା ଗଣିତ।

ସେ ବୁଝିଲା

ଆତ୍ମବିଶ୍ବାସ ନାହିଁ ବୋଲି ତ ବୋଧେ

କାହାର ବି ଈଶ୍ବରଙ୍କ ସାନ୍ନିଧ୍ଯ ମିଳିବା

କାଠିକର ପାଠ ହୋଇଥାଏ।

ସେ ଧନ୍ଯବାଦ ଦେଲା ବାପାଙ୍କୁ

ଆତ୍ମବିଶ୍ବାସରେ ପହଁରିଲା ପାଇବାକୁ

ଗଣେଶଙ୍କୁ,ଈଶ୍ବର ରୂପକ ସେ ପାଠକୁ

ଆଉ ଗଣିତର ଉତ୍ତରକୁ।

ସୁକାନ୍ତ ଖଣ୍ଡା

ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :
Next Post

ଜାଗର - ସଂଯୁକ୍ତା ସାହୁ

ହବ ଶିବ ଶମ୍ଭୁ ନଟନ ସୁନ୍ଦର ହର ହର ମହାଦେବ ହେ ପାର୍ବତୀ ପତି ,ମହେଶ୍ୱର ଆଜି ତୁମ ଜାଗର ଉତ୍ସବ ହେ ଶଙ୍କର,ଚନ୍ଦ୍ରଶେଖର ପ୍ରଭୁ ନୀଳକଣ୍ଠ ,ହଳହଳା ଧର ଭକ୍ତ ଆଜି ଅର୍ଘ୍ୟ ଢାଳୁଛି ତୁମକୁ ଅଖଣ୍ଡ ଦୀପ ଜାଳି ଉଜାଗର । ହେ କୈଳାସବାସୀ,ସତ୍ୟ ସୁନ୍ଦର ପଶୁପତି ନାଥ,ଲିଙ୍ଗେଶ୍ୱର ଅତି ପ୍ରିୟ ତୁମର ବେଲ ପତର ଢାଳୁଥାଅ ସଦା କରୁଣାର ଝର । ହେ ପଶୁପତିନାଥ ତ୍ରିଲୋଚନ […]

Subscribe US Now