ଜାଗର – ସଂଯୁକ୍ତା ସାହୁ

Views: 7
0 0
Read Time:1 Minute, 23 Second

ହବ ଶିବ ଶମ୍ଭୁ ନଟନ ସୁନ୍ଦର
ହର ହର ମହାଦେବ
ହେ ପାର୍ବତୀ ପତି ,ମହେଶ୍ୱର
ଆଜି ତୁମ ଜାଗର ଉତ୍ସବ
ହେ ଶଙ୍କର,ଚନ୍ଦ୍ରଶେଖର ପ୍ରଭୁ
ନୀଳକଣ୍ଠ ,ହଳହଳା ଧର
ଭକ୍ତ ଆଜି ଅର୍ଘ୍ୟ ଢାଳୁଛି ତୁମକୁ
ଅଖଣ୍ଡ ଦୀପ ଜାଳି ଉଜାଗର ।
ହେ କୈଳାସବାସୀ,ସତ୍ୟ ସୁନ୍ଦର
ପଶୁପତି ନାଥ,ଲିଙ୍ଗେଶ୍ୱର
ଅତି ପ୍ରିୟ ତୁମର ବେଲ ପତର
ଢାଳୁଥାଅ ସଦା କରୁଣାର ଝର ।
ହେ ପଶୁପତିନାଥ ତ୍ରିଲୋଚନ
ଅରଖ,ଗଇଶ ପ୍ରିୟ ତୁମର
ହେ ନିଲାକଣ୍ଠେସ୍ୱର,ଆଖଣ୍ଡଳମଣି
କୃପା ରଖିଥାଅ ନିରନ୍ତର ।

ସଂଯୁକ୍ତା ସାହୁ

Share this :
Next Post

ଚାଲୁଛି ଚାଲିବି ତୁମ ବଡ ଦାଣ୍ଡେ - ସୁରେନ୍ଦ୍ର କୁମାର ବେହେରା

ଚାଲୁଛି ଚାଲିବି ତୁମ ବଡ଼ ଦାଣ୍ଡେ ତୁମ ନାମ ଡାକି ଡାକି ଶରଧା ବାଲିରୁ ମୁଣ୍ଡରେ ବୋଳିବି ଶରଧାରେ ଚକାଆଖି ।0। ବିଶାଳ ସଂସାର ତୁମ ପରିବାର ତୁମେ ପରା ବିଶ୍ୱ ପିତା କାହିଁକି କରିବି ବୃଥା ଅଭିମାନ ପେଟ ପାଇଁ ନାହିଁ ଚିନ୍ତା ।1। ମିଛ ଏସଂସାର କେହି ନୁହେଁ କାର ସବୁ ଏଠି ସାତ ପର ସ୍ତିରୀ ପୁତ୍ର କନ୍ୟା ସୁଖେ ହେବେ ସାଥୀ ବିପଦେ ହୋଇବେ […]

Subscribe US Now