ଚାଲୁଛି ଚାଲିବି ତୁମ ବଡ ଦାଣ୍ଡେ – ସୁରେନ୍ଦ୍ର କୁମାର ବେହେରା

Views: 57
0 0
Read Time:2 Minute, 46 Second

ଚାଲୁଛି ଚାଲିବି ତୁମ ବଡ଼ ଦାଣ୍ଡେ
ତୁମ ନାମ ଡାକି ଡାକି
ଶରଧା ବାଲିରୁ ମୁଣ୍ଡରେ ବୋଳିବି
ଶରଧାରେ ଚକାଆଖି ।0।

ବିଶାଳ ସଂସାର ତୁମ ପରିବାର
ତୁମେ ପରା ବିଶ୍ୱ ପିତା
କାହିଁକି କରିବି ବୃଥା ଅଭିମାନ
ପେଟ ପାଇଁ ନାହିଁ ଚିନ୍ତା ।1।

ମିଛ ଏସଂସାର କେହି ନୁହେଁ କାର
ସବୁ ଏଠି ସାତ ପର
ସ୍ତିରୀ ପୁତ୍ର କନ୍ୟା ସୁଖେ ହେବେ ସାଥୀ
ବିପଦେ ହୋଇବେ ଦୂର ।2।

ଅଢେଇ ଦିନକୁ ଆସି ସଂସାରକୁ
କରିବି କାହିଁକି ଲୋଭ
ଖାଲି ହାତେ ଆସି ଖାଲି ହାତେ ଯିବି
ଲୋଭ କରି କିବା ଲାଭ ।3।

ଭୋକ ହେଲେ ଅଛି ତୋ ଅବଡା ଡାଲି
ମାଗି ଟିକେ ପାଇଦେବି
ଶୋଷ ମେଣ୍ଟାଇବି ଟଙ୍କ ତୋରାଣୀରେ
ନିଦ ହେଲେ ଶୋଇଯିବି ।4।

ନିଶ୍ୱାସକୁ ଏଠି ବିଶ୍ୱାସ କରିଛି
ଯେବେ ଯିବ ପ୍ରାଣ ବାୟୁ
ସ୍ୱର୍ଗ ଦ୍ୱାର ଯାଏଁ ବାଟ କଢେଇବ
ମତେ ପ୍ରଭୁ ମହାବାହୁ ।5।

ବିଶାଳ ସଂସାରେ ତୁମ ନାମ ସାର
ଜପୁଛି ଚକା ନୟନ
ଏଭଵ ସଂସାରୁ ପାରି କରିଦେବ
ଯିବି ବଇକୁଣ୍ଠ ଧାମ ।6।

ସୁରେନ୍ଦ୍ର କୁମାର ବେହେରା
ଜିତିପୁର,ହରିପୁର ହାଟ, ଯାଜପୁର ।

Share this :
Next Post

ଗାଁ ଅଭିଆଡୀ ଝିଅ - ସରୋଜ କୁମାର ସାହୁ

ଶୁଖିତ ଗଲାଣି ଗାଡିଆ ପୋଖରୀ ପଡିଶା ଘରର କୂଅ କେମିତି ବୋହିବେ ମାଠିଆ ମୁଣ୍ଡେଇ ଗାଁ ଅଭିଆଡୀ ଝିଅ। ଘରଠାରୁ ଦୂର କୋଷେ କି ଦିକୋଷ ଖାଲି ପାଦରେ ସେ ଚାଲି ଧାଡିଧାଡି କରି କରିବେ ଅପେକ୍ଷା ପାଣିଟେ ଆଣିବେ ବୋଲି। ଆଗ ପଛ ପାଇିଁ ଠେଲାପେଲା ହୋଇ ଅଧଘଡି ହେବ ଡେରି କିଏ ବି ଆସିବ ମୁହଁ ଫୁଲେଇକି ଖାଲି ମାଠିଆକୁ ଧରି। ଯେତେ ଧୀରେ ପୁଣି ଚାଲିଲେ […]

Subscribe US Now