ଏମିତି ବାରବାର – ଡ. ପ୍ରିୟମ୍ବଦା ସାମଲ

Views: 37
0 0
Read Time:1 Minute, 44 Second

ତୁମେ କେମିତି ଜାଣିବ
ତୁମ ଅନୁପସ୍ଥିତି ରେ
ଯେତେଥର ଖୋଜୁଥିବି
ଆପଣାର ‘ତୁମେ’ଟିକୁ
ସେତେଥର ଝରଝର ବାରିଧାରା
ବର୍ଷି ଯାଉଥିବ
କିଏ ଆଉ ଶପଥ କରିବ
ମୋ ଆଖିରୁ ଲୁହ ପୋଛି ଦେଇ
ମୋ ମୁଁହରେ ହସ ଫୁଟାଇବ
ତୁମ ଅନୁପସ୍ଥିତିରେ
ଋତୁ ଯାଏ ବଦଳି
ତୁମେ ମୋର ପାଖ ଛାଡି
କେତେବେଳେ ଚାଲିଯାଅ
କେଜାଣି ଜମା ଜାଣି ମୁଁ ପାରେନି
ଆଜି କାଲି କିଛି ଭଲ ଲାଗୁନାହିଁ
ତୁମେ ଆସି ବସନ୍ତନି
ମୋର ପାଖେ
ଲାଗି କରି
ଅଜସ୍ର ଆବେଗରେ
ତିନ୍ତାଇ ଦିଅନ୍ତ ନାହିଁ
ମୋ ମନର ଦୁଃଖିନୀ ସତ୍ତାକୁ
ମୁଁ ଖୋଜିବି ଯୁଗ ପରେ ଯୁଗ
ତୁମ ପ୍ରେମର
ହୀରା ନୀଳା ମୋତି ମାଣିକ କୁ।

ଡ. ପ୍ରିୟମ୍ବଦା ସାମଲ

Share this :
Next Post

ଅନ୍ଧକାର - ନିର୍ମଳ ନାୟକ

ଅସରାଏ ବରଷା ଆସି ଯାଇଥିଲା… କୋହଲା ପାଗ ଥିଲା.. ଶୀତୁଆ ସମୀରଣ ଚୁମି ଯାଉଥିଲା… ଅନ୍ଧାରେ ସେ ଖୋଜୁଥିଲା !! ମୋର ଶୀତଳ ଅସ୍ତିତ୍ୱ ର କମ୍ବଳ… ସେ ଭାବୁଥିଲା ଭୁତ କାଳ… ଅନାଗତ ଭବିଷ୍ୟର ଲୁଚକାଳିଖେଳ ଛନକା ହସୁଥିଲା କାଳ !! ଅନ୍ଧକାର ଭୟ ର ସମ୍ଭାର ନେଇ… ଚଉଦିଗେ କଳା ଛାଇ… ଧରଣୀରେଏକଛତ୍ର ରାଜୁତି କରଇ… ଆଲୋକର ଆବିର୍ଭାବ କାହିଁ !! ଅଜ୍ଞାନର ଘୋର ଅନ୍ଧକାର ସମାଜେ.. […]

Subscribe US Now