ଅନ୍ଧକାର – ନିର୍ମଳ ନାୟକ

Views: 60
0 0
Read Time:2 Minute, 4 Second

ଅସରାଏ ବରଷା ଆସି ଯାଇଥିଲା…
କୋହଲା ପାଗ ଥିଲା..
ଶୀତୁଆ ସମୀରଣ ଚୁମି ଯାଉଥିଲା…
ଅନ୍ଧାରେ ସେ ଖୋଜୁଥିଲା !!
ମୋର ଶୀତଳ ଅସ୍ତିତ୍ୱ ର କମ୍ବଳ…
ସେ ଭାବୁଥିଲା ଭୁତ କାଳ…
ଅନାଗତ ଭବିଷ୍ୟର ଲୁଚକାଳିଖେଳ
ଛନକା ହସୁଥିଲା କାଳ !!
ଅନ୍ଧକାର ଭୟ ର ସମ୍ଭାର ନେଇ…
ଚଉଦିଗେ କଳା ଛାଇ…
ଧରଣୀରେଏକଛତ୍ର ରାଜୁତି କରଇ…
ଆଲୋକର ଆବିର୍ଭାବ କାହିଁ !!
ଅଜ୍ଞାନର ଘୋର ଅନ୍ଧକାର ସମାଜେ..
ନିଜ ସମ୍ପର୍କ ରେ ମାତ୍ର ହେଜେ…
ଜ୍ଞାନର ଆଲୋକ ଦେଖାଅ ହେ ପ୍ରଭୁ..
ଦୁଃଖ କଷ୍ଟ ଦୂର ହେଉ ସବୁ !!
ଜ୍ଞାନର ରବିରାଜ ହୁଅ ହେ ଉଦିତ…
ଅନ୍ଧକାର ହେଉ ଅସ୍ତମିତ…
ଅଜ୍ଞାନ ଅନ୍ଧକାରେ ଭ୍ରମିତ ମାନବ….
ରକ୍ଷାକର ପ୍ରଭୁ ହର ପ୍ରମାଦ !!

ନିର୍ମଳ ନାୟକ

151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
8275533780

Share this :
Next Post

ସ୍ୱପ୍ନ ନାୟିକା - ଜଗନ୍ନାଥ ଚୌଧୁରୀ

କିଏ,କିଏ ତୁମେ ସ୍ବପ୍ନ ନାୟିକା ? ମୁଁ ଜାଣେ ନାହିଁ ତୁମ ନାଁ, ଗାଁ କି ଠିକଣା ଏହି କିଛି ଦିନ ହେବ ସ୍ୱପ୍ନରେ ଆସି ମୋ ନିଦ୍ରାଭଙ୍ଗ କରୁଛ………… ତୁମର ସେ ବେନି ନୀଳ ଆଖି ଓ ମୃଦୁ ହସରେ ମୋତେ ବିମୋହିତ କରିଦେଇ ମୋ ହାତ ଧରି ଟାଣି ଟାଣି ନେଇଯାଉଛ କେଉଁ ଏକ ଅଜଣା ରାଇଜେ…………. କ’ଣ ତୁମ ଉଦ୍ଦେଶ୍ୟ ? କ’ଣ ତୁମେ ଚାହଁ […]

Subscribe US Now