ସମୟ – ମିନାକ୍ଷୀ ବ୍ରହ୍ମ

Views: 15
0 0
Read Time:3 Minute, 9 Second

ସଚରାଚର, ସୂର୍ଯ୍ୟ, ଚନ୍ଦ୍ର, ତାରା,
ପ୍ରକୃତି ଆଦି ସମୟର ଅନୁଗତ ।
ସମୟ ଏଠି ମହାନାୟକ,
ସମୟର ଅବଦାନ ସଂସାରେ ଅତୁଳନୀୟ ।
ସମୟ ଶିକ୍ଷା ଦିଏ, ସଂସ୍କାର ଦିଏ,
ସକଳ ପ୍ରାଣୀଙ୍କୁ ସ୍ବଅର୍ଜିତ କର୍ମର ଫଳ ଦିଏ ।
ଯାହା ନେଇଥାଏ
ସେ ସୁଧମୂଳ କରି ଫେରାଏ
କେବଳ ପ୍ରାଣ ନେଲେ ଦିଏ ନାହିଁ ।
ଦୋଷିକୁ ଦଣ୍ଡ ଦିଏ ଯଥା କାଳେ ।
ମହା ଶକ୍ତିଶାଳୀ ସେ ମହାଶାସକ,
ସୃଷ୍ଟିର ଶୃଙ୍ଖଳିତ ସମ୍ବିଧାନର ପ୍ରଣେତା ।
ସମୟକୁ ଅନୁଭବ କରୁଥିବା ମଣିଷ
ସମୟର ଧାରା ସହିତ ସମ୍ପର୍କ ରଖେ ।
ସମୟକୁ ଖୁସି କଲେ ଖୁସି ପାଏ ।
ସମୟର ଧାରାକୁ ନଷ୍ଟ କଲେ କଷ୍ଟ ପାଏ ।
ସମୟ ଅଜର ଅମର ଅସରନ୍ତି ଶକ୍ତି ଦାତା ।
ମହାଦାନୀ, ସମୟ ତା’ର ସଶକ୍ତି ଧାରାକୁ ଦେଇ ଚାଲିଥାଏ ସଂସାର ପାଇଁ,
ଯେତେ ଦାନ କଲେ ସରେ ନାହିଁ ।
ହେ ମଣିଷ ସମୟକୁ ବୁଝ, ଭଲପାଅ
ହାତ ଛଡା କର ନାହିଁ ।
ସଂସାରେ ସମୟ ହିଁ ପ୍ରକୃତ ବନ୍ଧୁ ।
ସେ ଛାଇ ପରି ତୁମ ସାଥୀରେ ଥାଏ
ସଂସାରେ ବଞ୍ଚିଥିବା ଯାଏ ।
ସମୟ ସାଥୀରେ ଭାବ ରଖ,
ଜୀବନକୁ ପ୍ରତି ମୂହୁର୍ତ୍ତେ ପରଖ
ସର୍ବଦା ସୁନ୍ଦର ମନୋବୃର୍ତ୍ତିରେ
ଉପଭୋଗ କର ।
ସମୟକୁ ମନ୍ଦ ଦୃଷ୍ଟିରେ ଦେଖ ନାହିଁ
ପାହାଡକୁ ଟେକା ଫିଙ୍ଗିଲା ପରି
ମନ୍ଦ ତୁମରି ପାଖକୁ ହିଁ ଫେରିବ ।

ମିନାକ୍ଷୀ ବ୍ରହ୍ମ
ଖଙ୍କିରା, ଗନ୍ଦିଁଆ, ଢେଙ୍କାନାଳ

Share this :
Next Post

ବିଶ୍ବାସ ପଡିଛି ବନ୍ଧା - କଳ୍ପନା ରାଉତ

ଅବିଶ୍ବାସ,ଚଞ୍ଚକତା, ପ୍ରବଞ୍ଚନା ଚଳାଏ ଗୋଲକଧନ୍ଦା , ପ୍ରହେଳିକାମୟ ଜୀବନ ଭିତରେ ବିଶ୍ଵାସ ପଡ଼ିଛି ବନ୍ଧା ।।୧ ଭାତୃଭାବର ଅଭାବ ଏଠାରେ ନାହିଁ ମଣିଷ ପଣିଆ , ବିଶ୍ଵାସ ମଝିରେ ଅବିଶ୍ବାସ ଏଠି ପାଚେରୀ କରିଛି ଠିଆ ।।୨ ବିଶ୍ଵାସ ଭାବନା ସଙ୍କୁଚିତ ହୁଏ ଦେଖି ଏ ମଣିଷ ରୀତି, ଅବିଶ୍ବାସ ଘେରା ଦୁନିଆଁ କୁ ଦେଖି ମନରେ ଆସୁଛି ଭୀତି ।।୩ କଳୁଷିତ ଏହି ସମାଜରେ ଆଜି ବିଶ୍ଵାସ ପାଉଛି […]

Subscribe US Now