ପ୍ରିୟ ମହାଦେବ – ମମତା ବାରିକ

Views: 9
0 0
Read Time:1 Minute, 45 Second

ଦେବ ଙ୍କ ଦେବ ମୋର ମହାଦେବ
ପୂଜେ ତମକୁ ହୃଦୟେ ମୋର
ରଖେ ହୃଦୟ କୁ ମୋର ଉଜାଗର
ଆହେ ମୋ ଭୋଳାଶଙ୍କର।।
ଶବର ପାଇଲା ମୁକ୍ତି ତମ ଦୟାରେ
ରହିଲା ଶିବଲୋକରେ
ତୁମକୁ ପୂଜିଥିଲା ତା ଅଜାଣରେ
ଭାଗ୍ୟବାନ ଥିଲା ସତରେ।।
ତାପରି ଭକ୍ତି ନାହିଁ ମୋର ପାଖରେ
ପୂଜିବି ତମକୁ ହୃଦୟରେ
ସବୁ କୁଭାବନା ହିଂସା ଦୂରେଇ ଦିଅ
ମୋ ମନ ହୃଦସମ୍ଭରୁ।।
ସମୁଦ୍ର ମନ୍ଥନ ରେ ହେଇଥିଲ ପ୍ରଭୁ
ନିଦ୍ରା ଦେଶରେ ବେହୋସ
ସବୁ ଦେବାଦେବୀ ଥିଲେ ଉଜାଗର
ତା ହେଲା ତମ ଜାଗର।।
ପୂଜିବି ତୁମକୁ ଦେଇ ବେଲପତ୍ର
ଆଉ ଦୁଦୁରା ଫୁଲ
ଜାଳିବି ଜାଗର କରି ତମକୁ ସ୍ମରଣ
ଆହେ ମୋ ଭୋଳାଶଙ୍କର।।

ମମତା ବାରିକ
ଯାଜପୁର,ବାରବାଟି,ଗ୍ରାମ-ବାମଦେବପୁର

Share this :
Next Post

ମନେ ପଡ ତୁମେ ସାଥି - ସସ୍ମିତା ସାହୁ

ପ୍ରିତି ଭରା ଏଇ ଜୋଛନା ରାତିରେ ମନେ ପଡ ତୁମେ ସାଥୀ ହୃଦୟ ଜାଣିଛି କେମିତି କାଟୁଛି ତୁମ ବିନା ଏହି ରାତି ।। ବିରହ ନିଆଁରେ ମୁ ଜଳୁଅଛି ତୁମେ କି ପାରୁନ ବୁଝି ବିଦେଶେ ରହିଲ କାହା ସାଥେ ତୁମେ କାଣୀ କେମ୍ପି ଅବା କୁଜି ।। ତୁମର ବାଟକୁ ଅପେକ୍ଷା କରିଛି ଆସିବ କେବେ ଯେ ଫେରି ସେଇଦିନ ପୁଣି ଏକାଠି ହୋଇବେ ବିଛେଦର ଏ […]

Subscribe US Now