କମ୍ବୁ କଟକେ ରାଜା ଜଗନ୍ନାଥ – ବନ୍ଦନା ମହାପାତ୍ର

Views: 16
0 0
Read Time:5 Minute, 22 Second

ନମଃ ଉପଇନ୍ଦ୍ର ଘୁମୁସର ଇନ୍ଦୁ,
ସାହିତ୍ୟ ମଉଡମଣୀ,
ତେଜି ସିଂହାସନ ଧ୍ୟାୟି ଵାଣିରାମ,
ତାରକ ମନ୍ତ୍ରେ ମଣ୍ଡଣି ||
ମାତୃ ସମ ମାତୃ ଭାଷା ରକ୍ଷା ଲାଗି,
ସମର୍ପି ନିଜ ପରାଣ,
କାବ୍ୟ କବିତାରେ ସାହିତ୍ୟ କୋଣାର୍କ,
କରିଛ ହେ ତେଜୀୟାନ ||
ଆଦ୍ୟ କାବ୍ୟ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ,
ଧ୍ୟାୟି ଶ୍ରୀ ଜଗନ୍ନାଥ ଙ୍କୁ,
ତାଙ୍କ କୃପା ବଳେ ନିର୍ବିଘ୍ନେ ରଚିଲ,
ପ୍ରଭୁ ଗୁଣ ମହିମା କୁ ||
ପ୍ରଥମ ପଦରେ ଭଣି ଶ୍ରୀ କ୍ଷେତ୍ର କୁ,
ଭାରତ ର ପୁଣ୍ୟ ଧାମ,
ତହିଁ ଅଧିଷ୍ଠିତ ସେ ପୁରୁଷୋତ୍ତମ,
ନର ରୂପୀ ନାରାୟଣ ||
ବେଦ ମତେ ମୁକ୍ତି ସାରୁପ୍ୟ ପ୍ରଦାନ,
ସାକ୍ଷୀ ଅଟେ କାକପକ୍ଷୀ,
ବ୍ରହ୍ମ ହତ୍ୟା ପାପୁ ମୁକ୍ତି ହେଲେ ଶିବ,
କପାଳ ମୋଚନ ସାକ୍ଷୀ ||
ସର୍ବ ତୀର୍ଥ କ୍ଷେତ୍ର ମସ୍ତକ ମଣି ହେ,
କାସିଶ୍ୱର ବିରାଜିତ,
ଅଭଡ଼ା ସେବନ ଘଣ୍ଟା ଶ୍ରବଣ ରେ,
ପାପ ହୁଅଇ ନିପାତ ||
କରେ ନିମନ୍ତ୍ରଣ ମହୋଦଧି ରାଜା,
ପାପ ନିବାରଣ ପାଇଁ,
ସେ ଜଳ ସ୍ନାନ ରେ ପାତଙ୍କୀଙ୍କ ପାପ,
ଯାଏ ଦଗ୍ଧୀଭୂତ ହୋଇ ||
ସେ କମ୍ବୁ କଟକେ ରାଜା ଜଗନ୍ନାଥ,
ଚାରି ବର୍ଣ ରେ ବ୍ରାହ୍ମଣ,
କ୍ଷତ୍ରିୟ, ବୈଶ୍ୟ ଶୁଦ୍ର ଙ୍କୁ ଧର୍ମ, ଅର୍ଥ,
କାମ, ମୋକ୍ଷ କୁ ପ୍ରଦାନ ||
ଵୈଷ୍ଟ ବଙ୍କ ମତେ ଜଗନ୍ନାଥ ଦେହେ,
ଗୁପ୍ତେ ଛନ୍ତି ରାଧା ଦେବୀ,
ରାଧା କୃଷ୍ଣ ମୂର୍ତ୍ତି ମିଳନ ବିଗ୍ରହ,
ଯୁଗ୍ମ ରୂପେ ରଚି କବି ||
ସେ ପାଦ ପଦ୍ମେ ଲକ୍ଷ୍ମୀ ଅଣିମା ଲଂଘିମା,
ପ୍ରାକାମ୍ୟ, ମହିମା, ପ୍ରାପ୍ତି,
ଇଶି ତ୍ବ, ବଶୀତ୍ବ,
ବିମଳା, ଅଷ୍ଟ ଦେବୀ,
ନିତ୍ୟ ସେବାରତ ଥାନ୍ତି ||
ସମୁଖେ ଗରୁଡ଼ ଆର୍ତ୍ତ ଜନ ପାଇଁ
କରୁଛନ୍ତି ନିବେଦନ,
ସେ କୋଟିକନ୍ଦର୍ପ ଲାବଣ୍ୟ ମୂର୍ତ୍ତି ହେ,
ବିଜେ ରତ୍ନ ସିଂହାସନ ||
ଶ୍ରୀ କ୍ଷେତ୍ରେ ବିଭିର୍ଣ୍ଣ ଲୀଳା କରୁଛନ୍ତି,
ଦଶାବତାର ରୁପରେ,
ଜ୍ୟେଷ୍ଠ ସ୍ନାନ ଯାତ୍ରା, ଶ୍ରୀ ଗୁଣ୍ଡିଚା ଯାତ,
ଭକ୍ତଙ୍କ ମନକୁ ହରେ ||
ବେନି ସ୍ୱଂ ଯାତ୍ରା ପ୍ରତ କ୍ଷ ନୟନେ,
ନିଜକୁ ଭାଗ୍ୟ ମଣିଛ,
ନୟନ ପବିତ୍ର ମନୁ ଦୁଃଖ ତେଜି
ପ୍ରଭୁ ଗୁଣ ବିକାଶିଛ,
ପ୍ରଭୁ ଗୁଣ ବିକାଶିଛ ||

ବନ୍ଦନା ମହାପାତ୍ର
ମାଣ୍ଡିଆ ପୋଲି ବ୍ରହ୍ମପୁର ||

Share this :
Next Post

ବଞ୍ଚିବାର ମୋହ - ଗଗନ କୁମାର ଦାଶ

ଭାବନାର ଏ ବିରାଟକାୟରେ ଯନ୍ତ୍ର ଚାଳିତ ଇଞ୍ଜିନ ଧୂଆଁ ଛାଡ଼େ ଅବିରତ ଦୂଷିତ ଏ ବାୟୁମଣ୍ଡଳ ଦୂଷିତ ଏ ସମାଜ ଦୁଃସ୍ଥ ଏ ଜନସାଧାରଣ । ତଥାପି ଘଷି ମାଜି ହୁଏ ମୋ ଗାଆଁ ର ସବିତା ଭାଉଜ ସେହି ଚନ୍ଦନୀ ପୋଖରୀର ଅର୍ଦ୍ଧ କ୍ଷୀଣ ପାବଚ୍ଛ ପଥରେ ତା’ର ସାଇତା ଯୌବନ ର ଗୋରା ଶରୀରକୁ । ପାଖ ମନ୍ଦିରରେ ଥିବା ଅଶୋକ ଫୁଲଟା ହାତ ଠାରି ଡ଼ାକେ […]

Subscribe US Now