ଅଯୋଗ୍ୟର ଉକ୍ତି – ଡ଼. ପଦ୍ମଲୋଚନ ରାଉତ

Views: 20
0 0
Read Time:3 Minute, 46 Second

ବରିଷ୍ଠଙ୍କ ସାଥେ ବସିବାର ମୋର
କେବେ ବଳି ନାହିଁ ମନ
ଜ୍ଞାନୀଙ୍କ ସାଙ୍ଗରେ ଅଜ୍ଞାନ ବସିଲେ
ମିଳେ ସିନା ଅପମାନ
ବରିଷ୍ଠ ସ୍ଥାନ ଉପରେ
କନିଷ୍ଠର ସ୍ଥାନ ସବୁବେଳେ ତଳେ
ଲେଖା ଅଛି କି ଶାସ୍ତ୍ରରେ ? 1

ମହାଜ୍ଞାନୀ ଏଠି ଆମର ବରିଷ୍ଠ
ଅନେକ ଡିଗୀରି ଧାରୀ
ସ୍ୱୟଂ ସରସ୍ବତୀ ବିରାଜିତ ଭବେ
କିଏ ହେବ ତାଙ୍କ ସରି ?
ସାକ୍ଷାତେ ବିଦ୍ୱାନ ଜନ
ଏ ମହୀ ମଣ୍ଡଳେ କିଏ ଅଛି ସତେ
କଳିବ ତାଙ୍କର ଜ୍ଞାନ ? 2

ଇତର ଜନ ମୁଁ ସର୍ବଦା ଦରିଦ୍ର
ହତଭାଗା ଦୀନ ହୀନ
ବେଶ୍ୟା ବୋଲାଉଛି ମହା ସତୀ ଦେଖ
ଅରଜୁଛି ମହା ପୁଣ୍ୟ
କନିଷ୍ଠର ନାହିଁ ସ୍ଥାନ
ଗର୍ବ ଅହଂକାରେ ବରିଷ୍ଟ ସମାଜେ
ଲଭିଛି ଉଚ୍ଚ ଆସନ ? 3

କନିଷ୍ଠକୁ କିଏ ପଚାରୁଛି ଭବେ
ତେଲିଆ ମୁଣ୍ଡରେ ତେଲ
ବତୀ ପେଲାଙ୍କର ସଦା ଜହ୍ନରାତି
ନଇ ପାଣି ଖଲ ଖଲ
ବିଛୁଆତି ଗଲ ଗଲ
ବରିଷ୍ଠ ଦାଉରେ କନିଷ୍ଟ ଜୀବନ
ନ କହିଲେ ସବୁ ଭଲ ! 4

କେତେ କେତେ ଜ୍ଞାନୀ ମହାନ ପ୍ରତିଭା
ବିଜେ ଛନ୍ତି ବୀଣାପାଣି
ଚଣ୍ଡୀ, ଉଗ୍ରଚଣ୍ଡୀ ଆଉ ରଣଚଣ୍ଡୀ
ଏଇଠି ବୋଲନ୍ତି ଜ୍ଞାନୀ
ଲାଜ ସରମକୁ ଭୁଲି
କାଉ ଭଳି ରାଉ ରାଉ ହୁଏ ବେଶ୍ୟା
ଦିନରେ ଲଣ୍ଠନ ଜାଳି l 5

ବରିଷ୍ଠ ବୋଲି ତା ମନେ ଅହଂକାର
କ୍ଷମା ମୁଁ ମାଗିଛି ତାରେ
ପ୍ରତିଭା କାନ୍ଦିଛି କାନ୍ଦୁଥିବ ନିତି
ବିଦ୍ୱାନ ଭୟରେ ମରେ
ହାରି ଯାଏ ନାହିଁ କବି
କବିର କଲମ କରିଛି ସଂଗ୍ରାମ
ଜାଣିଅଛି ଅନୁଭଵୀ l 6

ଡ଼. ପଦ୍ମଲୋଚନ ରାଉତ
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା,
ମାଲକାନଗିରି l

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ଅଯୋଗ୍ୟର ଉକ୍ତି – ଡ଼. ପଦ୍ମଲୋଚନ ରାଉତ

Comments are closed.

Next Post

ଦୁଇଟି କବିତା - ସୁକାନ୍ତ ଖଣ୍ଡା

ପ୍ରଥମ କବିତା- ଦିନ ତୁମେ ଆଲୋକରେ ଆସ ଆସିଥାଅ ବୋଲି ତ ଚଳଚଞ୍ଚଳ ଏ ଧରା ଉଦ୍ଭିଦ ଓ ପ୍ରାଣୀମାନେ କଳ ମୁଖରିତ କର୍ମ ଆଉ ଧର୍ମ,ଦେହ ଆଉ ମନ ସୁଖ ପୁଣି ସମୃଦ୍ଧିରେ ଭରି ଦେବାକୁ ସମୁଦ୍ର ତରଙ୍ଗ ପରି କଳକଳ ଛଳଛଳ। ଦ୍ବିତୀୟ କବିତା- ରାତି ତୁମେ ଅନ୍ଧାରରେ ଆସ ଆସିଥାଅ ବୋଲି ତ ଭରି ଦିଅ ସୁଖର ନିଦ୍ରା ଯାହା ବିଶ୍ରାମ,ଥକ୍କାପଣ ଦୂର କରିବାକୁ ଏ […]

Subscribe US Now