ଦୁଇଟି କବିତା – ସୁକାନ୍ତ ଖଣ୍ଡା

Views: 25
0 0
Read Time:2 Minute, 7 Second

ପ୍ରଥମ କବିତା-

ଦିନ

ତୁମେ ଆଲୋକରେ ଆସ

ଆସିଥାଅ ବୋଲି ତ

ଚଳଚଞ୍ଚଳ ଏ ଧରା

ଉଦ୍ଭିଦ ଓ ପ୍ରାଣୀମାନେ କଳ ମୁଖରିତ

କର୍ମ ଆଉ ଧର୍ମ,ଦେହ ଆଉ ମନ

ସୁଖ ପୁଣି ସମୃଦ୍ଧିରେ

ଭରି ଦେବାକୁ

ସମୁଦ୍ର ତରଙ୍ଗ ପରି

କଳକଳ ଛଳଛଳ।

ଦ୍ବିତୀୟ କବିତା-

ରାତି

ତୁମେ ଅନ୍ଧାରରେ ଆସ

ଆସିଥାଅ ବୋଲି ତ

ଭରି ଦିଅ ସୁଖର ନିଦ୍ରା

ଯାହା ବିଶ୍ରାମ,ଥକ୍କାପଣ ଦୂର କରିବାକୁ

ଏ ସୁନ୍ଦର ଧରାରେ

ଜନ୍ମିଥିବା ଉଦ୍ଭିଦ ଓ ପ୍ରାଣୀଙ୍କୁ

କୋଳାହଳରୁ ଚିମୁଟେ

ଶାନ୍ତି ଦେବାକୁ,ସୁଖର ଦୋଳିରେ

ବସି ଖେଳେଇବାକୁ।

ଅତଏବ

ହେ ଦିନ ଆଉ ରାତି

ତୁମେ ଈଶ୍ବରଙ୍କ ଇଛାକୁ ସମ୍ମାନ ଦେଇ

କର୍ତ୍ତବ୍ଯ କରୁଛ

ଭରି ଦେବାକୁ ପ୍ରେମରେ ପ୍ରେମରେ

ବଞ୍ଚାଇ ରଖିବାକୁ

ସଂସାରରେ ଭରପୂର

କାମନା ଭିତରେ।

ସୁକାନ୍ତ ଖଣ୍ଡା

ଶିକ୍ଷକ ଟଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :
Next Post

ସପନ ବୁଲା - ରୁଦ୍ରରୂପା ଵ୍ରହ୍ମା

କାଲିକି ଯିବି ନନ୍ଦନକାନନ ଖୁସିରେ ଉଡୁଛି ଆଜିଠୁ ମନ। ଦେଖିବି ସେଠି ପଶୁପକ୍ଷୀଙ୍କୁ ଆନନ୍ଦକରିବି ନିଜ ମନକୁ ।। ଭାବୁଛି କେମିତି ସକାଳହେବ ଘରଦଣ୍ଡଟାରେ ଗାଡି ଲାଗିବ । ସେଥିରେ ଚଞ୍ଚଳ ବସିପଡିବି ସାଇଡସିଟ୍ ଟି ମାଡି ବସିବି । ଏବେ ରାତିବେଳ ନିଦହେଉନି କଅଣ କରିବି ଭାବିପାରୁନି । ଏହି ନିଶାବେଳ କିପରିଯିବ କେତେବେଳେ ଭାନୁ ଉଠିଆସିବ ? ଦେଖୁ ଦେଖୁ ଆସି ବେଳପାହିଲା କିଚିରି ମିଚିରି ରାଵଶୁଭିଲା […]

Subscribe US Now