କୃତିରେ କୃତିରେ କବିତା – ସୌଭାଗ୍ଯଲକ୍ଷ୍ମୀ ପରିମାଣିକ

Views: 28
0 0
Read Time:4 Minute, 0 Second

“ଅର୍ଦ୍ଧପ୍ରେମିକା” ନୁହେଁ ବରଂ ଆଜିଠୁ ତୁମେ ମୋ ଅର୍ଦ୍ଧାଙ୍ଗିନୀ
ନିଶ୍ଚିନ୍ତ ମୁଁ , ସଗର୍ବେ କହିବି “ତୁମେ ହିଁ ସର୍ବୋତ୍ତମା ଘରଣୀ” ।
ଦୁଃଖ ରେ ହେବ ତୁମେ ମୋ “ଆମାବାସ୍ୟା ର ଚନ୍ଦ୍ର”
ସୁଖ ସମୟେ “ପ୍ରଣୟବଲ୍ଲରୀ” ସାଜିବ ମୋ ହୃଦୟେ ସାନ୍ଦ୍ର!
ଏବେଠାରୁ “ତୁମ ସ୍ୱପ୍ନରାଜି ହେଲା ମୋର” ଏଇ ଆଭିମୁଖ୍ଯରେ
ମୁଁ କହିପାର “ଅପରିଚିତ” କିନ୍ତୁ ଦେଖାପରଠୁ ତୁମେତ’ଅଛ ଏ ହୃଦୟରେ।
ପ୍ରଥମ ଦେଖା ପରଠୁ ଭାବିଛି ତୁମେ ମୋ “ଅନାମିକା” ପ୍ରିୟା
ଯାହା ପାଇଁ ଭୁଲିଛି “ଦାନାପାଣି” ରହିଛି ବହୁ ଅଖିଆ ଅପିୟା ।
ସ୍ୱପ୍ନ ରେ ଆସ ଯାଅ ହୋଇ ନିରୀହ “ରେବତୀ” ଅଭିମାନୀ ,
ତ’ ପୁଣି କେବେ ଆସିଯାଅ ରୂପନେଇ “ଯାଞସେନୀ” ।
ଦ୍ବାପରଯୁଗୀୟ “ତାମସୀରାଧା” ଆଉ ଯୋଦ୍ଧା ବିରାଙ୍ଗିନୀ
ବର୍ଷାରେ ଭିଜିବାଦେଖି ଅନାମିକା ରୁ କଲି “ନାୟିକା ର ନାଁ ଶ୍ରାବଣୀ”
ତୁମେ ତ’ “ଆକାଶ ର ଇଶାରା” ଓ ପୂର୍ଣ୍ଣିମାରାତି ର ଚାନ୍ଦିନୀ।
ତୁମ୍ଭେ ହେବ ମୋ’ ଗର୍ବ,ସ୍ୱାଭିମାନ ”ଶିଳାପଦ୍ମ”ର ଅମୂଲ୍ୟ ମେଦିନୀ।
ତୁମେ ତ ଏ ରମ୍ୟ ଜୀବନର ସୁରମ୍ୟ ସାଥୀ “ବଧୂନିରୁପମା”
ଏଭଳି ଅନୁପମା ଅନନ୍ୟା “ପ୍ରେମିକା” କୁ କି ଦେବି ଅଳଙ୍କାର ଉପମା,
କାରଣ “ତୁମେ ହିଁ ତ ମୋ ଅନ୍ତିମ ପ୍ରେମକାହାଣୀ” ର ସାର୍ଥକୀ,
ଭବିଷ୍ୟତ ହେବ ଆମ “ମାଲ୍ ଗୁଡି ଡେ” ସ୍ମୃତି ର ସ୍ମାରକୀ ।

ପ୍ରତ୍ଯେକ ପଂକ୍ତି ରେ ସମାହିତ ସୁପ୍ରସିଦ୍ଧ କବି/ଲେଖକ/ଉପନ୍ୟାସ/କଥାକାର ଙ୍କ ସୁରମ୍ୟ କୃତି!

ସୌଭାଗ୍ଯଲକ୍ଷ୍ମୀ ପରିମାଣିକ

ବ୍ଯାକରଣ_ଆଚାର୍ଯ୍ୟ

ଜାତୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ତିରୁପତି (ଆନ୍ଧ୍ରପ୍ରଦେଶ)

Share this :
Next Post

ସିମି ପରା ଏବେ ବଡ ହେଲାଣି!! - ସୌଭାଗ୍ଯଲକ୍ଷ୍ମୀ ପରିମାଣିକ

ସିମି ଏବେ ଆଉ କାଇଁ ଜମା କାନ୍ଦୁନି ଆଜିକାଲି ଅଳି ଅଝଟ ବି କରୁନି ଆଉ ଜିଦିଆପଣ ତ’ ଭୁଲିଗଲାଣି କାହାକୁ କିଛି ଏବେ ବରାଦ୍ କରୁନି ସିମି ପରା ଏବେ ବଡ ହେଲାଣି (୧) ଫୁଲେଇରାଣୀ ର ନଖରା ହଜିଗଲାଣି ସବୁ ଦୁଷ୍ଟାମୀ ର ରଂଗ ଲିଭିଗଲାଣି ମାନ ଆଉ ଅଭିମାନ ମନୁ ପୋଛିଦେଲାଣି କାହିଁକି କେଜାଣି କିଛି ସିଏ କହୁନି ସିମି ପରା ଏବେ ବଡ ହେଲାଣି […]

Subscribe US Now