ଅଭିନୟ – ଅମୂଲ୍ଯ କୁମାର ସାହୁ

Views: 12
0 0
Read Time:3 Minute, 39 Second

ମୁହଁରେ ରଙ୍ଗ ବୋଳି କେବେ ମଞ୍ଚକୁ ଯାଉଛ କି ?
ଦେଖ
ମଞ୍ଚ ଆଉ ମର୍ତ୍ତ୍ୟ ଏକା କଥା
ଏଠି ଖାଲି ସଂଳାପକୁ ଆତ୍ମସ୍ଥ କରିନିଅ
ନିଜକୁ ଭୁଲି ଚରିତ୍ରରେ ଥରେ ହଜିଯାଅ
ଦେଖିବ ଅଭିନୟର ମଜା
କିଟ୍ ମିଟ୍ ଅନ୍ଧାର ଭିତରେ ପ୍ରିୟଜନଙ୍କୁ ଖୋଜନି
କି ଖୋଜିବାର ବୃଥା ଚେଷ୍ଟା ବି କରନି
କାରଣ ଆଲୁଅରେ ସମସ୍ତେ ତୁମକୁ ନିରେଖିବେ
ତାଳି ମାରିବେ ନହେଲେ ଗାଳି… ଏଇଆତ
କିନ୍ତୁ ତୁମକୁ ହଜିବାକୁ ହେବ
ହସିବାକୁ ହେବ କେବେ ଲୁହ ନିଗାଡ଼ି କାନ୍ଦିବାକୁ ବି ହେବ
ସମାଜର ନିଛକ ଛବିଟାଏ ଏଇଠି ଆଙ୍କିବାକୁ ହେବ
ହଁ ଫେରିବେତ ସମସ୍ତେ
ହେଲେ ଥରେ ଚରିତ୍ରକୁ ଚିନ୍ତା କରିବାକୁ
ଟିକେ ଖିଅ ନିଶ୍ଚୟ ଛାଡିଥିବ
ନହେଲେ ଏଇ ଭୋଳାମାନେ
ବିଛଣା ଧରିଲେ ସବୁ କିଛି ଭୁଲିଯିବେ
ତୁମେ ଯେଉଁ ଦର୍ଶନ ପଢାଇବାକୁ ଚାହୁଁଥିଲ
ଯେଉଁ ଶିକ୍ଷା ସଂସ୍କାର ଦେବାକୁ ଏତେ ପରିଶ୍ରମ କରିଥିଲ
ତାର ମୂଲ ହୁଏତ ତୁମେ ପାଇ ନପାର
କିନ୍ତୁ ଶ୍ରମ ଯେପରି ବୃଥା ନଯାଉ ତାକୁ ବି ଥରେ ଭାବିନେବ
ସବୁରି ପରେ ବି ଏକଥାକୁ କେବେବି ଭୁଲିବନି
ନିର୍ଦ୍ଦେଶକଙ୍କ ଇସାରାରେ ତୁମେ ଯେମିତି ମଞ୍ଚକୁ ଆସିଥିଲ
ସେମିତି ଅଭିନୟ ପରେବି ବାହୁଡି ଆସିବ
ମଞ୍ଚ କିନ୍ତୁ ସେଇମିତି ପଡିଥିବ ନିର୍ଜନତାର ଇଲାକାରେ
ଆଉ କେଉଁ ତିଥିରେ ପୁଣି କେଉଁ କଳା ପୂଜାରୀକୁ
ଆଲୋକ ପଥରେ ବାଟ କଢେଇ ମୁକ୍ତି ଦେବାକୁ …

ଅମୂଲ୍ଯ କୁମାର ସାହୁ
ଟାଙ୍ଗର, ଆନନ୍ଦପୁର, କେନ୍ଦୁଝର ।।।

Share this :
Next Post

ନାରୀ-କାମିନୀ ରଞ୍ଜନ ପାଣ୍ଡେ

କେଜାଣି କେବେ, କେଉଁଠାରେ ଓ କାହିଁକି ମୋ ଭିତରେ ଜଳି ଉଠିଥିଲା ବିପ୍ଳବ ର ନିଆ, ବୟସ ସହ ଖେଳିଗଲା ଅଜସ୍ର ପ୍ରସନ୍ନ ର ସୁଅ, ପ୍ରତିଟି ଗଳିକନ୍ଦି ଦେଇ ମନ ଖୋଜିବାକୁ ଲାଗିଲା ଉତ୍ତର କିଲବିଲ କଲା ସହସ୍ର ଦୃନ୍ଦ, ଅନ୍ତରରୁ ଜିହ୍ୱ। ଯାଏ ଉକୁଟି ଆସିଲା ପ୍ରତିବାଦର ସ୍ଵର, ପରାଧୀନ ଆତ୍ମା ସବୁ ହୋଇ ଉଠିଲେ ପରାକ୍ରମଶାଳୀ ହେଲେ କବାଟ ଖୋଲି ପାଦ ଥୋଇଲା ବେଳକୁ ଦେଖେତ […]

Subscribe US Now