ହାରିବାର ଭୟ – ମୃତ୍ୟୁଞ୍ଜୟ ସାହୁ

Views: 41
0 0
Read Time:2 Minute, 28 Second


ଦରିଆ ମଝିରେ ଯେବେ ନୌକାଟି ଝୁଣ୍ଟିପଡ଼େ
ଜୁଆରର କଠୋର ଆଘାତରେ
ସେତେବେଳେ ବାଲିକଣା ବି ଭାରି ଲାଗେ
ଖୋଜୁଥାଏ ମୁକ୍ତିର ପଥ
ବେସାହାରା ହୋଇଥିବା ନାଉରିଆ ବି
ଆଶା ବାନ୍ଧେ
ଭାସିଯାଉଥିବା ଏକ ଶୁଖିଲା ପତ୍ରକୁ
କାଳେ ସେ ସାହାରା ସାଜି
ମୋତେ ନେଇଯିବ କୂଳକୁ
ହେଲେ ସେ କଣ ଜାଣିଥିଲା
ସେ ହତଭାଗା ବୋଲି
ଚଲାବୁଲା କରୁଥିବା ହସ ଖୁସି ବି
ଦୁଃଖ ଭଳି ବିଶାଳ ପାହାଡ଼ ହୋଇ
ଠିଆ ହେବ ତା ସ୍ପର୍ଶ ପାଇ
ମୃଦୁ ମଳୟ ବି
ଘୂର୍ଣ୍ଣିଝଡ଼ର ରୂପ ନେଇ
ଥରାଇଦେବ ଦୁଇ ଓଠକୁ
ଅଦିନରେ ମାଡି ଆସିବ ଭୂମିକମ୍ପ
ଦୋହଲାଇ ଦେବ
ବିଶ୍ୱାସ ରୂପକ ଘରକୁ
କାଠିକୁଟାକୁ ସଜାଡି କରିଥିବା ଘର
କ୍ଷଣକ ମଧ୍ୟରେ ଧୂଳିସାତ୍ ହୋଇଯିବ
ମୁଠାଏ ପାଉଁଶ ମଧ୍ୟରେ ଖୋଜିଥିବ
ହଜିଯାଇଥିବା ସେଇ ପୁରୁଣା ସମ୍ପର୍କକୁ
ହରାଇବାର ଭୟ ନେଇ
ନିଜେ ହାରିଯିବ ସମୟ ଗର୍ଭରେ

ମୃତ୍ୟୁଞ୍ଜୟ ସାହୁ
ପ୍ରତିଷ୍ଠାତା :- କବିତା ମିନାର ସାହିତ୍ୟ ଘର
ବଡମ୍ବା, କଟକ
ମୋ:-9090700601

Share this :
Next Post

ଈର୍ଷା - ସୋନାଲି ସ୍ବପ୍ନା ପାତ୍ର

ବହୁତ ଈର୍ଷା ଲାଗେ ମୋତେ ତୁମ ଜିବନରେ ଥିବା ନାୟିକା ପାଇଁ, କିଛି ଭାବନାରେ ମୁଁ ନିସ୍ତବ୍ଧ ହୋଇଯାଏ, ଆଉ ପ୍ରଶ୍ନ କରେ ଏମିତି ବି କଣ ପ୍ରେମ ହୋଇପାରେ? ବେଳେ ବେଳେ ଇଚ୍ଛା ହୁଏ ପାଟି ଖୋଲି କହିବାକୁ ବହୁତ କିଛି, ମାଗିଆଣିବାକୁ ସେଇ ଅଧିକାର ଯାହା ତୁମେ ଛଳନରେ ମୋର ବୋଲି କହିଥିଲା । ମାତ୍ର; ମୋ ଅନ୍ତର ନୀରବି ଯାଏ ତୁମ ମୁହଁରେ ତୁମ ନାୟିକାକୁ […]

Subscribe US Now