ସର୍ବେ ଭବନ୍ତୁ ସୁଖିନଃ – ସୁରେଶ ଚନ୍ଦ୍ର ମହାନ୍ତ

Views: 45
0 0
Read Time:1 Minute, 55 Second

ଚମ୍ପୁଆ ପହଁଚିଲା ପରେ

କହୁଥିଲା ଶାନ୍ତ ଅରଡେଇ

ସଭିଏଁ ସନାତନ ଧର୍ମୀ

ଝାଡ଼ଖଣ୍ଡ ପବନ ବହୁଛି

ଏତେ ବାଟ, ଭୁଲ କଲି

ପାଳକ ହୋଇ ଚାଲି ଆସି !

ସୁରାସ୍ତା ତିଆରିବାକୁ ହେବ

ଗୁଣ୍ଡୁଚି ମୂଷା ପରି

ଜୟମଙ୍ଗଳପୁର, ଶ୍ରୀଧରପୁର

ଶାନ୍ତି ନଗର ଆଉ ସୁନାପଶି ପାଇଁ

ସୁଜନା ଫୁଲ ସୁରିଆରେ

ଦେଖିତେ ଭଲ ଦୁରିଆରେ

ସାନନଈରେ ଶୁଣିବା ପରେ

ବିଶ୍ୱାସ ହେଲାନି ଜମା

ପ୍ରଗତ ଉଷା ହୋଇ ବେଶଭୁଷା

ସତରେ ଉଇଁଵ କି ?

ଆସିଛି ଯେତେ ବେଳେ

ଆରୋଗ୍ୟ ଶିବିର ସକପିଟ

କଚରା ଗାଢ଼ ଜୈବିକ ପିଟକୁ

ମିଳୁ ନାରାୟଣ ଆଶିଷ

ନ ହୋଇ କଳା ପାହାଡ଼

ଏ କଲ ଅଭିଯାନକୁ ଧରି

ଚାଲିବାକୁ ତ ହେବ

ସର୍ବେ ଭବନ୍ତୁ ସୁଖିନଃ’ ମନ୍ତ୍ରରେ !

ସୁରେଶ ଚନ୍ଦ୍ର ମହାନ୍ତ

କୋଠାଘର, ପାଟଣା, କେନ୍ଦୁଝର

Share this :
Next Post

OH MAN, LOOK! - Monalisa parida

Water, water everywhere But not a drop to drink, Water, water everywhere But no one to bring. Food, food everywhere But no food to eat, Peace, peace everywhere But no place to sit. Love, love everywhere But no love to share, Man, man everywhere But no one to care. Beauty, […]

Subscribe US Now