ତମେ କାହିଁକି ଭଲ ପାଇଲ – ସୁରେଶ ଚନ୍ଦ୍ର ମହାନ୍ତ

Views: 31
0 0
Read Time:2 Minute, 2 Second

ତମେ ଖେଳିଲେ ଦୋଳି

ନଈକୁଳ କାଶତଣ୍ଡି

ଗାଁ ମୁଣ୍ଡର ଶେଫାଳି

ଅପ୍ରେଲ କୋଡିଏ ଭୁଲି

ନୀଳ କାଇଁ ସାଥେ

ଗହିରି ପ!ଟରେ

ଦିଶିବ ଶୁଖିଲା ଓଠରେ ହସ

ହୃଦତଳେ ଖୁସିର ଲହରୀ !

ଥିଲେ ବାରବାଟୀ ଚାଷ

ମୁଁ ଦେଇ ପାରୁ ନାହିଁ

ବସନ୍ତ ଋତୁ ରେ

ଜହ୍ନିଫୁଲିଆ ପାଟ

ତଥାପି ହୃଦୟେଶ୍ଵରୀ

ତମେ କାହିଁକି ଭଲ ପାଇଲ ?

ତମକୁ ତାରିଣୀ ରାଣ

ମୋ ମୃତ୍ୟୁ ହେବା ପରେ

ଯଦି ପାରିବ ରାନ୍ଧିଧୂଳି ଭାତ

ତୋଳିବ ତମେ ଧୂଳିଘର

ବୁନ୍ଦାଏ ଲୁହ ଗଡ଼ାଇବନି

ମୋ କକେଇ ପାଖରେ

ଫିଙ୍ଗିବ ନାହିଁ ସୁନାଚୁଳି

ସତ୍ୟ ଶାନ୍ତିର ମଶାଣିରେ !

ଜହ୍ନ ଦେଖି ବିଭୋର ହେବ

ଗାଇବ ଜହ୍ନ ପାଇଁ ଗୀତ

ଶ୍ରୀମତୀ ତାଙ୍କୁ ପଚାରିବ ନାହିଁ

ତମେ କାହିଁକି ଭଲ ପାଇଲ ?

ସୁରେଶ ଚନ୍ଦ୍ର ମହାନ୍ତ

କୋଠାଘର, ପାଟଣା, କେନ୍ଦୁଝର

Share this :
Next Post

ମୁତ୍ଯୁ - ସ୍ମିତାରାଣୀ ନାଥ

ଦିବସରେ ଚଂଚଳିତ କର୍ମରେ ଲିପ୍ତ ମନୁଷ୍ୟ ବେଳେବେଳେ ରାତ୍ରିର କାଳଛାୟା ଚାଦର ତଳେ ସମ୍ପୂର୍ଣ୍ଣ ସ୍ତବ୍ଧ । ବିକଟାଳ ଚିତ୍କାର ହୁର୍ଦୟରର ସ୍ପନ୍ଦନ ବିଦାରିତ ହୋଇଯାଏ , ସମୟର ପରବର୍ତ୍ତୀ କ୍ରମାଙ୍କ ରେ ବଦଳିଯାଏ ସ୍ଥିତି ପରିସ୍ଥିତି । ଆପଣାର ସାଥିଙ୍କଠୁ ଭାବ ବିଛିନ୍ନ କରିବାକୁ ବାଧ୍ୟତାମୂଳକ ଭାବିନିଏ , ହୁର୍ଦ୍ୱୟର କମ୍ପନ କାହିଁ କେତେ ବଢିଯାଏ ଆଉ ଖୋଜିବୁଲେ କିଛି ମଣିଷଙ୍କୁ । ନିଜ ହୁର୍ଦୟର ନିସ୍ତବ୍ଦତା ବାରମ୍ବାର […]

Subscribe US Now