ଭାରତ ମହାନ – ଧରିତ୍ରୀ ଦାସ

Views: 62
0 0
Read Time:2 Minute, 37 Second

ବେଳ ଥାଉଁ ସଚେତନ ହୁଅରେ ଭାରତ ବାସୀ
କର୍ମ କର ଵୋକଚା ବୋହିବାରେ ନହୋଇ ଖୁସି।
ନେତାଙ୍କ ପଛରେ ଗୋଡ଼ାଇ ମାରନାହିଁ ପୋଷ୍ଟର
ଚାମଚାଗିରି କରିବାରେ ହୁଅନାହିଁ ମାଷ୍ଟର।
ନିଜ ଗୋଡ଼ରେ ଛିଡା ହେବାକୁ ଚେଷ୍ଟା ତୁମେ କର
ପିତା ମାତାଙ୍କ ପାଶେ କେବେବି ପତାଅନି କର।
କଳି କତରାଳ ନ କରି ମିଳିମିଶି ଚଳିବ
ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନିଜେ ପ୍ରସ୍ତୁତ କରିବ।
ପ୍ରତି କଥାରେ ବିଦେଶ ଉପରେ ନିର୍ଭର ନ କରି
ଦେଶୀ ଜିନିଷ କିଣିବା ଗାନ୍ଧୀ ନୀତି ଅନୁସରି।
ସ୍ୱାଧୀନ ଭାବରେ କରିବା ସଦା ସର୍ବଦା ଚିନ୍ତା
ଚଳିବା ସମାଜେ ନିଜ ଇଚ୍ଛାରେ ହୋଇ ବଳବନ୍ତା।
ନେତା ଆଉ ଦଳ ପାଇଁ ନହୋଇ ତୁମେ ପାଗଳ
ନିଜ ଭବିଷ୍ୟତ ପାଇଁ ଚିନ୍ତାକର ଅନର୍ଗଳ।
ଦିନ ଆସିବ ତୁମ ପାଇଁ ଭାରତ ହେବ ମହାନ
ବେଳଥାଉଁ ଯୁବଗୋଷ୍ଠୀ ତୁମେ ହୁଅ ସାବଧାନ।
ସ୍ୱାଭିମାନ ସହ ବଞ୍ଚିବା ଶିକ୍ଷା କରିବ ଯେବେ
ଆମ ଦେଶ ଭାରତ ତ ମହାନ ହୋଇବ ତେବେ।

ଧରିତ୍ରୀ ଦାସ
ରାଉତରା ପୁର,ପହଂଗା, ଯାଜପୁର।
୯୨୩୮୯୦୨୯୩୦

Share this :
Next Post

Known and Unknown - Sushant Thapa

You cannot pretend A need for unknown attention. Making an infant baby whine Is the biggest inconvenience faced by adults We all are familiar with it. In your abode Picking up a phone You lend your curious ears To the unmet listener Who might peel his life to you like […]

Subscribe US Now