ହେ କୃପାମୟ – ଅଭୟ କୁମାର ତ୍ରିପାଠୀଶର୍ମା

Views: 26
0 0
Read Time:1 Minute, 26 Second


ମନ ବୃନ୍ଦାବନେ ଆସ ହେ ମୁରାରୀ l
ତ୍ରିଭଙ୍ଗୀ ଠାଣିରେ ତୁମ୍ଭେ ନୃତ୍ୟ କରି ll
ବ୍ରଜ ବାଳୀଙ୍କର ହୃଦ ପଦ୍ମହାର l
ମୋ ହୃଦ କମଳେ କର ହେ ବିହାର ll
ମନକୁ କରିଛି ତୁମ୍ଭରି ମନ୍ଦିର l
ସେ ମନ୍ଦିରେ ପ୍ରଭୁ ନିତ୍ୟରାସ କର ll
ହୃଦ ବଲ୍ଲଭ ହେ ଦେଇଛି ମୁଁ ସବୁ l
ବାକି କିବା ଅଛି ମୋର ଛଡାଇବୁ ll
ସଂସାର ତୋହର କିଅଛି ମୋହର l
ମିଛ ମାୟାଟାରେ ହୁଏ ହରବର ll
କୃପା କର କୃପା କର କୃପାର ସାଗର l
ମନୁ ମୋର ଦୂରହେଉ ମିଛ ଅହଂକାର ଲଲ

ଅଭୟ କୁମାର ତ୍ରିପାଠୀଶର୍ମା
ଖଣ୍ଡିତର, ରସୁଲପୁର, ଯାଜପୁର

Share this :
Next Post

A POEM ON ATTITUDE - DrSantanu kumar Dash

Attitude is the aroma of your heart Wafting through breeze – stinking and pleasing Stinking like rotten meat coming from the slaughterhouse Pleasing like fragrance of fruits flowers and sweets Permeating the Divine precinct. It is an enduring evaluation- Negative or Positive, of people, situation or object. Different people, different […]

Subscribe US Now