ଶୂନ୍ଯତା – ଡ. ପ୍ରିୟମ୍ବଦା ସାମଲ

Views: 25
0 0
Read Time:1 Minute, 54 Second

ତୁମେ ମୋତେ ମାଗିଲ

ଚାନ୍ଦିନୀ ରାତିର କିରଣ

ହେଲେ ମୁଁ ତ

ଅମାବାସ୍ଯାର ଜହ୍ନ।

ତୁମେ ଚାହିଁଲ ମୋ ଠାରୁ

ରବିର ପ୍ରଚଣ୍ଡ ତେଜ

ହେଲେ ମୁଁ ତ

ଅସ୍ତଗାମୀ ସୂର୍ୟ୍ଯ।

ତୁମେ ମୋ ଠାରୁ ଆଶା କଲ

ଫୁଲର ସୁବାସ

ହେଲେ ମୁଁ ତ

ବାସହୀନ ପଳାଶ।

ମୋ ଠାରୁ ଚାହିଁଲ ତୁମେ

ଫୁଙ୍ଗୁଳା ଯୌବନ

ହେଲେ ମୁଁ ତ

ବାର୍ଧକ୍ୟରେ ଜୀର୍ଣ୍ଣ ଶୀର୍ଣ୍ଣ।

ମୋ ରୂପରେ ଦେଖିଲ ତୁମେ

ସୌନ୍ଦର୍ୟ୍ଯ କ୍ଷେତ୍ର ଅର୍କ

ହେଲେ ମୁଁ ତ

ଆଜି ଭଗ୍ନ କୋଣାର୍କ।

ମୋ ଠାରୁ ଚାହିଁଲ ତୁମେ

ଉଷ୍ମ ନିଶ୍ବାସ

ପ୍ରୀତିର ବିଶ୍ବାସ

କିଛି ତ ପାରିନି ଦେଇ

ପାରିବ ଯଦି ନେଇ

ନେଇ ଯିବ

ମୋ ଜୁଇରୁ

ମୁଠାଏ ପାଉଁଶ।

ଡ. ପ୍ରିୟମ୍ବଦା ସାମଲ

Share this :
Next Post

ଭଣ୍ଡ ପ୍ରଳାପ - ଅଧ୍ୟାପକ ଡ଼. ପଦ୍ମଲୋଚନ ରାଉତ

ରାମ – ରହିମ ଭିତରେ ପ୍ରଭେଦ କହି କି ପାରିବ କେହି ଧର୍ମ -ଧର୍ମ ମଧେ ବଢୁଛି ଶତ୍ରୁତା ଭୋ’ଟ ପାଇବା ପାଇଁ ଚାଲେ ରାଜନୀତି ଖେଳ ଜୟ ଶ୍ରୀରାମ କହି କହି ଭଣ୍ଡ କଲାଣି ଦେଶକୁ ଖୋଳ l 1 ଡିଜେଲ ପେଟ୍ରୋଲ ଗ୍ୟାସର ଦାମ ବଢ଼ୁଅଛି ଦିନୁ ଦିନ ଅସହାୟ ଦେଶେ ମୁକ ଜନତା ପାଇବ କି ପରିତ୍ରାଣ ରାଷ୍ଟ୍ରୀୟ ସମ୍ପତ୍ତି ବିକି ଭଣ୍ଡ ଆଶାରାମ ଦିଏ […]

Subscribe US Now