ଆମ ପଖାଳ କଂସା – ମମତା ବାରିକ

Views: 27
0 0
Read Time:1 Minute, 16 Second

ଓଡ଼ିଆ ଥାଳି ହୁଏନା ଭୁଲି
ଶ୍ରେଷ୍ଠ ମୋ ପଖାଳ କଂସା,
ମାଆ ହାତର ବଢ଼ା ପଖାଳ
ବଢ଼ାଏ ଖାଇବା ନିଶା।
ଶାଗ ପଖାଳ ବଡ଼ି ବେସର
ଆଳୁ କୁ ପୋଟଳ କଷା,
ଭଜା ମାଛକୁ ଖଟା ଆଚାର
ଜମାଏ ଖାଇବା ଆଶା।
ପଖାଳ ବିନା କ୍ଷେତେ ଯାଏନା
କୃଷକ କରଇ ଋଷା,
ଦୁଇଟି ମୁଠା ପଖାଳ ହେଲେ
କ୍ଷେତକୁ ଯାଏ ସହସା।
ଓଡ଼ିଆ ବୋଲି କର ଗରବ
ହେଜ ତୁମ ପୂର୍ବ କଥା,
ହୃତ ହେଲାଣି ସଂସ୍କୃତି ଆମ
ମନେ ତିଳେ ଆଣ ବ୍ୟଥା।

ମମତା ବାରିକ ଯାଜପୁର,ବାରବାଟି,ଗ୍ରାମ-ବାମଦେବପୁର

Share this :
Next Post

ଫୁଲ ଫଗୁଣ - ତୁଳସୀ ରାମ୍ ମହାନ୍ତ

ଫଗୁଣ ମଳୟେ ଫୁଲର ମହକ ନାଚି ଉଠେ ତନୁ ମନ କୋଇଲିର ସ୍ୱରେ ପ୍ରକମ୍ପିତ ହୁଏ ସୁ ଶୋଭିତ ଆମ୍ର ବନ । ଶାଳୁଆ ଫୁଲର ମହକରେ ସତେ ଚଉ ଦିଗ ମହକଇ ଶିମୁଳୀ ଗଛର ନାଲି ରଙ୍ଗ ଫୁଲେ ଗାଁ ମୋର ହସୁଥାଇ । ବାସ ମହକୁଛି ମହୁଲ ଫୁଲର ପଳାଶର ନାହିଁ ଗନ୍ଧ ଜୁଆର ଉଠୁଛି ନଦୀର ସ୍ରୋତରେ ଦେଇ ହେବ କିବା ବନ୍ଧ । ପାହାଡି […]

Subscribe US Now