ଇଚ୍ଛା ନାହିଁ ଜିଇଁବାକୁ – ରାହୁଲ ମହାନ୍ତି

Views: 14
0 0
Read Time:1 Minute, 51 Second

ଲୋଡ଼ା ନାହିଁ ମୋତେ ସୌନ୍ଦର୍ଯ୍ୟ ଭଣ୍ଡାର

ଐଶର୍ଯ୍ୟ, ଧନ, ଯୌବନ

ତୁଣ୍ଡେ ଖାଲି ମୋର ଧରି ହରି ନାମ

ବିତୁ ମୋର ରାତି, ଦିନ

ଇଚ୍ଛା ନାହିଁ ମୋର ସଂସାର ସାଗରେ

ବୁଡିବାକୁ ଉଠିବାକୁ

ଇଚ୍ଛା ହୁଏ ତଵ କମଳ ମୁଖ କୁ

ନିଈତି ଦର୍ଶନିବାକୁ

ମାୟା ର ପଙ୍କରେ ବୁଡି ମୁଁ ରହିଛି

ଚକ୍ର ଛେଦି କର ପାରି

ସଂସାର ଜଞ୍ଜାଳ ବିତୃଷ୍ନା ଲାଗୁଛି

ଆହେ ସୁଦର୍ଶନ ଧାରୀ

ତୁମେ ନିରାକାର, ସତ୍ୟ ସନାତନ

ତୁମେ ହିଁ ପରମ ସତ

ବାହୁ ମେଲି ମୋତେ କର ଆଲିଙ୍ଗନ

ଆହେ ପ୍ରଭୁ ଜଗନ୍ନାଥ

ଲୋଡୁନି ତୁମକୁ ସୁନା ର ହରିଣୀ

କରୁଛି ଖାଲି ଗୁହାରି

ଏ ଭଵ ସଂସାରୁ ମୋ ପିଣ୍ଡ ପ୍ରାଣକୁ

ନିଅ ଆହେ ତାରି ତାରି

ରାହୁଲ ମହାନ୍ତି

ଅନୁଗୁଳ

Share this :
Next Post

ଜୀବନ ଅଙ୍କ - ରାହୁଲ ମହାନ୍ତି

ଯାହା ପାଇଁ କରୁ ଗର୍ବ ଅହଂକାର ଦିନେ ଭାଙ୍ଗିଯିବ ତୋର ଯାହା ଉପଭୋଗ କରିଛୁ ମର୍ତ୍ତ୍ୟରେ ସେଠି ହବ ତୋ ବିଚାର(1) ମାୟାର ଜାଲରେ ପଡି ବାଇମନ ଅରଜିଲୁ ଯାହା କର୍ମ ମାୟା, ମୋହ ଦିଗେ ଗତି କରି ତୁହି ଭୁଲିଗଲୁ ସବୁ ଧର୍ମ(2) ଜୀବନ ଅଙ୍କର ପ୍ରଶ୍ନ ନ ପଢି ତୁ ପକାଇଲୁ ଅନ୍ୟ ସୂତ୍ର ସମାଧାନ ଫଳ ହୋଇଲେ ବିଫଳ ପାଇବୁନି ଛାୟା, ଛତ୍ର(3) ତୁ ବୋଧେ […]

Subscribe US Now