ଜୀବନ ଅଙ୍କ – ରାହୁଲ ମହାନ୍ତି

Views: 28
0 0
Read Time:2 Minute, 51 Second

ଯାହା ପାଇଁ କରୁ ଗର୍ବ ଅହଂକାର

ଦିନେ ଭାଙ୍ଗିଯିବ ତୋର

ଯାହା ଉପଭୋଗ କରିଛୁ ମର୍ତ୍ତ୍ୟରେ

ସେଠି ହବ ତୋ ବିଚାର(1)

ମାୟାର ଜାଲରେ ପଡି ବାଇମନ

ଅରଜିଲୁ ଯାହା କର୍ମ

ମାୟା, ମୋହ ଦିଗେ ଗତି କରି ତୁହି

ଭୁଲିଗଲୁ ସବୁ ଧର୍ମ(2)

ଜୀବନ ଅଙ୍କର ପ୍ରଶ୍ନ ନ ପଢି ତୁ

ପକାଇଲୁ ଅନ୍ୟ ସୂତ୍ର

ସମାଧାନ ଫଳ ହୋଇଲେ ବିଫଳ

ପାଇବୁନି ଛାୟା, ଛତ୍ର(3)

ତୁ ବୋଧେ ଅଜ୍ଞାତ ଜୀବନ ତୋହର

ଦୀପ ପରି ଦପ ଦପ

ଲୋଭ ଆପଣାଇ ନିଜ ଅନ୍ନ ଥାଳି

ଶେଷେ ପକାଉଛୁ ଛାପ(4)

ମୋହରେ ପଡି ତୁ ପ୍ରିୟଜନ ପାଇଁ

କାହିଁ ହଉ ତୁ ଉଚ୍ଛନ୍ନ

ଶେଷ ସମୟରେ ଆସିବେନି କେହି

ଶୂନ୍ୟେ ଯିବ ତୋ ଜୀବନ(5)

କାହିଁ ଇଚ୍ଛା କରୁ ଆହୁରି କାମନା

ସେଠାରୁ ପାଇବୁ କିଶ

ପ୍ରଭୁଙ୍କୁ ଭଜି ତୁ ଭକ୍ତ ତାଲିକାରେ

ରଖି ଯାଆ ତୁ ନାମ, ଯଶ(6)

ସବୁ କର୍ମ ଛାଡି ‘ହରି’ ନାମ ଧରି

କର ଜୀବନରେ ଯାତ୍ରା

ଜୀବନ ସିନ୍ଧୁରୁ ସିଏ ହିଁ ତାରିବ

ସିଏ ହିଁ ମୁକ୍ତି ର ଦାତା(7)

ତୁଣ୍ଡେ ‘ହରି’ ନାମ ଧରି ବାଇମନ

କଷ ତୁ ଜୀବନ ଅଙ୍କ

ସିଏ ସର୍ବବ୍ୟାପି ଦେଖାଇବେ ତତେ

ସମାଧାନ ର ଯେ ବାଙ୍କ(8)

ରାହୁଲ ମହାନ୍ତି

ଅନୁଗୁଳ

Share this :
Next Post

ଆସ ପଖାଳ ଖାଇବା - ମୃତ୍ୟୁଞ୍ଜୟ ଦାସ

ଆମେ ଓଡ଼ିଆ ଭାରି ବଢିଆ,ଖାନ ପାନରେ ଟିକେ ନିଆରା lବରଷକେ ତେର ଯାତରା ସାଙ୍ଗରେବରମାସେ ଆମ ଖାଦ୍ୟଫଗୁଣ ପଖାଳ ଏକ ଦୁସୁରା lଗରମ ଭାତକୁ ଦହି ଭୁରୁସୁଙ୍ଗରସୁଣ ମହୁରୀ ପକେଇ ଛୁଙ୍କ,ଶାଗ ଭଜା ବଢ଼ି ଚୁରା କୁନେଇକଷି ଆମ୍ବ ଛେଚା ସାଙ୍ଗରେ ଥୋଇସାରୁ ମାଗୁରା କଷା ହୋଇଛିବେସର ଦେଇ ପୋଟଳ କଷିଛି,ଲେମ୍ଭୁ କଞ୍ଚାଲଙ୍କା ଧନିଆ ଗୁଡ଼ବାଟିଦେଇ ଚଟଣି କରିଛି…ଖାଇବ ମୋ କଳା କାଁହୁ..ବିଶ୍ୱ ପଖାଳ ଦିବସରେ ଟଙ୍କ ତୋରାଣୀ..ବାଣ୍ଟିଦେବ ସଂସାରକୁ… […]

Subscribe US Now