ପଖାଳ ଦିବସ – ସରୋଜ କୁମାର ସାହୁ

Views: 12
0 0
Read Time:1 Minute, 53 Second

ଆମେ ଓଡିଆ ଭାରି ବଢିଆ
ଆମ ପଖାଳ କଂସା
ପାଟିକୁ ଲାଗେ ସୁଆଦ ଭାରି
ଟିକିଏ ଲୁଣ ମିଶା ।
ଦେହକୁ ହିତ କରଇ ଶାନ୍ତ
ଗରମ ଦିନେ ଥଣ୍ତା
ସକାଳୁ ଯଦି ଶାଗଭଜାକୁ
ମିଳେ ଅମୃତଭଣ୍ତା ।
କଞ୍ଚାଲଙ୍କାକୁ ଧନିଆଁପତ୍ର
ତା ସାଥେ ବଡିଚୂରା
ଯେତେ ଖାଇଲେ ଭରେନି ମନ
ଶୀତ ବରଷା ଖରା ।
ଲୁଣି ଶୁଖୁଆ ଆଳୁ ଭରତା
ସାଥିରେ କୋବିଭଜା
ଦହି କାକୁଡି ପିଆଜ ପରା
ଲାଗେ ଅଧିକ ମଜା ।
ଧନୀ ଗରିବ ସଭିଏଁ ଲୋକେ
ଖାଆନ୍ତି ମନ ଭରି
କିଏ ତ ଖାଏ ଆମ୍ବୁଲ ସାଥେ
କିଏ ଆମିଶ କରି ।
ହଲ ମୂଲିଆ ଗରିବ ପାଇିଁ
ଅଟେ ଅମୃତ ତୁଲ୍ୟ
ଖାଇବା ଲୋକେ ଜାଣେ ମହତ
କେତେ ଯେ ତାର ମୂଲ୍ୟ ।
ଯେତେ ଖାଇଲେ ଭରେନି ମନ
ଅଧିକ ରହେ ଆଶା
ସୁସ୍ଥ ସବଳ ଦେହକୁ ବଳ
ଯୋଗାଏ ତାର ନିଶା ।

ସରୋଜ କୁମାର ସାହୁ
ଆଠଗଡ଼ .କଟକ
୯୩୪୮୫୭୫୨୨୪

Share this :
Next Post

ସଜ ପଖାଳ - ସୁରଥ ରାଉତ

ପଖାଳ ଭିତରେ ସଜ ପଖାଳ ଯେ ଖାଇବାକୁ ହୁଏ ମନଦିନେ ନ ଦେଖିଲେ ମନ ଝୁରି ହୁଏ ଖୋଜିବୁଲେ ରାତିଦିନ।ବଢିଚୂରା ସାଥେ ଆଳୁର ଚଟଣୀ କଞ୍ଚାଲଙ୍କା ଦଳିଥିବତା’ସାଥିରେ ଥିବ ଚେନାଚୂର ଟିକେ ପାଟିରୁ ଲାଲ୍ ବୋହିବ।କଖାରୁ ପତରେ ଚୁନା ମାଛ ପୋଡି ଖାଇଲେ ଲାଗିବ ମଜାପଖାଳ ଗୁଣ୍ତାଟା ଉଠିଯିବ ଯେବେ ସାଥେ ଥିଲେ ମାଛଭଜା।ପିଉଥିବ ଯେବେ ପଖାଳ ତୋରାଣୀ ଦହିକୁ ସାଥେ ମିଶାଇଦହି ମିଶାଭାତ ସାଥେ ଶାଗଭଜା ଖାଇବା ଯିବ […]

Subscribe US Now