ପଖାଳର ଉପକାରିତା – ଶ୍ରୀରାମ ସାହୁ

Views: 14
0 0
Read Time:1 Minute, 37 Second

ଖୁସି ମନାଇବା ଆଜିର ଦିବସ
ସଭିଏଁ ଖାଇ ପଖାଳ।
ଭୋକଶୋଷ ରୌଦ୍ରତାପ ବାଧିବନି
ହେବାନାହିଁ ଦୁରୁବଳ।୧
ପଖାଳ ସାଙ୍ଗକୁ ଲୁଣଲଙ୍କା ଦହି
ଭାରି ବଢିଆ ଲାଗଇ।
ଶାଗ ଖରଡ଼ାକୁ ଭଜାଭଜି ହେଲେ
ମନେଖୁସି ବିରାଜଇ।୨
ପଖାଳ ଭାତରେ ଅଧିକ ମାତ୍ରାରେ
ଲୌହସାର ରହିଥାଏ।
ସକାଳୁ ଖାଇଲେ ବାସି ପଖାଳକୁ
ଶକତି ବଢାଇ ଥାଏ।୩
ସୋଡିଅମ କ୍ୟାଲସିଅମ ଏସିଡି
ପଖାଳରେ ରହିଥାଏ।
ନିଇତି ପଖାଳ ଖାଇଲେ ଆମର
ମନଫୁର୍ତ୍ତି ହୋଇଥାଏ।୪
କୋଷ୍ଠକାଠିନ୍ୟ ପେଟ ଗୋଳମାଳ
ହୁଏନାହିଁ ଦିନେ ହେଲେ।
ସେଥିପାଇଁ ପରା ପଖାଳ ଚାହିଦା
ବଢଇ ଗ୍ରୀଷମ କାଳେ।୫

ଶ୍ରୀରାମ ସାହୁ
         ଫୁଲବାଣୀ।କନ୍ଧମାଳ।

Share this :
Next Post

Presence - Sushant Thapa

Don’t you ever believe to leave the world and Say goodbye to those moments of heart Joy of emotions swelling up like love in the air Lives and ages that kept learning to burn and douse Your aura glorifies the countless mirrors of reality Ages have learnt your charm Don’t […]

Subscribe US Now