ପଖାଳ କଂସା – ବାସନ୍ତୀ ଲତା ଜେନା

Views: 11
0 0
Read Time:2 Minute, 50 Second


ବସନ୍ତ ଶେଷରେ ଗିରିଷମ ଆସେ
ତାପ ସହି ହେଉ ନାହିଁ
ବାସୀ ପଖାଳକୁ ମନ ଚାହୁଁଅଛି
ଖାଇବା ପେଟ ପୂରାଇ l୧l
ଆଳୁ ବାଇଗଣ ଶୁଖୁଆ ପୋଡ଼ାକୁ
ସାଥେ ଥିବ ଶାଗ ଭଜା
ବାସୀ ପଖାଳରେ ଆମ୍ବ ଲସି ଦେଲେ
ଖାଇବା ଲାଗିବ ମଜ୍ଜା l୨l
ପଖାଳ ଭାତରେ ଦହି ମିଶାଇବ
ଅବା ଫାଳେ ଲେମ୍ବୁ ରସ
ବଡି ଚୁରା ସାଥେ ଟମାଟୋ ମିଶାଇ
କରବ ତାକୁ ସରସ l୩l
ମାଛ ଭଜା ସାଥେ ଆଳୁ ଭଜା ଥିବ
ପାମ୍ପଡ଼କୁ ରଖି ଥିବ
ସକାଳୁ ସକାଳୁ ପେଟେ ଖାଇଦେଇ
ନିଜ କର୍ମେ ଚାଲି ଯିବ l୪l
କର୍ମରୁ ଫେରିଲେ ଦିନ ଦ୍ବିପ୍ରହରେ
ପଖାଳ କଂସେ ଖାଇବ
ସୁନିଦ୍ରା ଘାରିବ ନୟନେ ତୁମର
କ୍ଲାନ୍ତି ଦୂର ହୋଇ ଯିବ l୫l
ଉଷୁନା ପଖାଳ ଭାରି ମଜ୍ଜା ଲାଗେ
ଗରମ ଦିନରେ ପରା
ଜଗନ୍ନାଥ ପ୍ରଭୁ ପଖାଳ ଖାଆନ୍ତି
ଏହି ଆମ ପରମ୍ପରା l୬l
ବିଭାଘର ପରେ ବର ଖାଇଥାଏ
ପଖାଳ ଶଶୁର ଘରେ
ପରମ୍ପରା ଆମ ବଞ୍ଚି ରହି ଅଛି
ଓଡ଼ିଆର ମାନ୍ୟ ତାରେ l୭l
ଗ୍ରୀଷ୍ମର ଉତ୍ତପେ ଦେହ ଶୁଷ୍କ ରହେ
ଶରୀରକୁ ଲୋଡ଼ା ଜଳ
ପଖାଳ ଖାଇଲେ ଦେହ ଥଣ୍ଡା ରହେ
ଜଣା ପଡେ ନାହିଁ ବେଳ l୮l
ମାର୍ଚ୍ଚ କୋଡିଏ ପଖାଳ ଦିବସ
ବିଶ୍ୱରେ ପାଳିତ ହୁଏ
ଆମେତ ଓଡ଼ିଆ ପଖାଳ ବଢିଆ9
ଶରୀରକୁ ଶକ୍ତି ଦିଏ l୯l

ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର l

Share this :
Next Post

ଭାରି ଭଲଲାଗେ - ଭାରତୀ ରଥ

ଭାରି ଭଲଲାଗେ କେହି ଜଣେ ଯଦି ଚାହିଁ ବସିଥାଏ ବାଟମନର ଅକୁହା କଥା ବୁଝିଯାଏ ଖୋଲିବା ଆଗରୁ ଓଠ । ଭାରି ଭଲଲାଗେ କେହି ଜଣେଯେବେ ବୁଝିଥାଏ ଭଲମନ୍ଦତା’ମିଠା କଥାରେ ଭରିଦିଏ ପୁଣି ବିରସ ମନେ ଆନନ୍ଦ । ଭାରି ଭଲଲାଗେ ଆପଣାର ଭାବି କରେ ଯଦି କେ ଆକଟସେନେହ ଡୋରିରେ ବାନ୍ଧିହୁଏ ମନ ପୁରିଯାଏ ପୁଣି ପେଟ । ଭାରି ଭଲଲାଗେ କେହି ଯଦି କେବେ ଦିଏ ଛୋଟ […]

Subscribe US Now