ଭାଗ୍ୟ – ଦୀପଶିଖା ପ୍ରଧାନ

Views: 60
0 0
Read Time:1 Minute, 27 Second


ମୁଁ,
ଏକ,
ଦୀପର,
ସଳିତା ଟେ,
ଜଳିବା ପରା,
ମୋ ଭାଗ୍ୟରେଲେଖା,
ଦୋଷ କାହିଁକି ଦେବି ,
ଯିଏ ମୋତେ ଜଳାଇଲା,
ସେ ତ ନିଜର କର୍ମ କଲା,
ତା’ ଉପରେ ରାଗି ଲାଭ କ’ଣ ?

ମୁଁ,
ଏକ,
ଜଳର,
ମୀନଟିଏ,
କେଉଟ ଯଦି,
ଜାଲ ପକାଇଲା,
ତା’ର ବା ଦୋଷ କ’ଣ,
ସେ ତ ନିଜ କର୍ମ କଲା,
ମୁଁ ନିଜେ ଜାଲରେ ଫସିଲି,
ନିୟତିରେ ଯାହା ଥିଲା ହେଲା |

ମୁଁ,
ଏକ,
ଗଛର,
ଫୁଲଟିଏ,
ଯିଏ ତୋଳିଲା,
ତା’ର ଦୋଷ କ’ଣ,
ସେ ନିଜ କର୍ମ କଲା,
ମନ୍ଦିର ଅବା ମଶାଣି,
ମୋ ଭାଗ୍ୟ ଅନୁସାରେ ଯିବି,
ଅଭିମାନ ବା କାହିଁ କରିବି ?

ଦୀପଶିଖା ପ୍ରଧାନ
ଗଉଡ଼ପଦା ପାଟଣା, ବାଙ୍କୀ, କଟକ

Share this :
Next Post

ପଖାଳ କଂସାକ(ମନୋନେଟ ଶୈଳୀ) - ମନୋଜ କୁମାର ପଣ୍ଡା

ଯାହାକୁ ଖାଇଲେ ଜୀର୍ଣ୍ଣ କ୍ଷମତା ବଢ଼ଇଚାଷୀ ଖଟିଖିଆ ର ପ୍ରିୟ ଖାଦ୍ୟ ତ ସେହିଓଡ଼ିଶାରେ ଗର୍ବେ ରହିଛନ୍ତି ଯେତେ ଚାଷୀବିଲମଧ୍ୟେ ତାହାର ଗୁଣ ଗାଆନ୍ତି ବସିଯାହା ଉପରେ ବରୁଣ କନ୍ୟାଙ୍କ ସରାଗଯିଏ ଲାଗଇ ମହାପ୍ରଭୁଙ୍କ ପାଖେ ଭୋଗ।। ଚୁନାମାଛ ଭଜାକୁ ସୁନୁସୁନିଆ ଶାଗ ଓଲି ପିଆଜ କୁ ବଡ଼ିଚୁରା ଯାହା ସାଙ୍ଗଡାଲି ତରକାରୀ କିଛି ଲୋଡ଼ା ନାହିଁ ଆଉଓଡ଼ିଶା ପ୍ରିୟ ଖାଦ୍ୟ ତାର ବହୁତ ଭାଉ ଭାଇ-ଜିଉନ୍ତିଆ ଓଷା, ଠିକ […]

Subscribe US Now