ଅନ୍ଧ ସମର୍ଥକ – ଅଧ୍ୟାପକ ଡ଼ ପଦ୍ମଲୋଚନ ରାଉତ

Views: 9
0 0
Read Time:4 Minute, 49 Second

ଏ ଦେଶର ଯେତେ ଅନ୍ଧ ସମର୍ଥକ
ଆଉ ଚାଟୁକାର ଦଳ
ମାଗି ଖିଆଙ୍କର କୁକୁର ପ୍ରକୃତି
କମ୍ବଳ ସାରା ବାଳ
ଅଛି ତାରେ ସ୍ୱାଭିମାନ
କହି କି ପାରିବ ବକ୍ଷେ ହାତ ରଖି
ଦେଶ ଭକ୍ତ ନାଥୁରାମ ? 1

ଗର୍ବ କରୁଅଛ ହିନ୍ଦୁ ବୋଲି ତମେ
ଆଉ ସବୁ ମୁସଲମାନ
ହିନ୍ଦୁର ଅର୍ଥ ବୁଝିଛ କେବେ
କହରେ ବେଈମାନ
ବିଶ୍ୱ ହିତରେ ହିନ୍ଦୁ
ନିଜ ସ୍ୱାର୍ଥ ଲାଗି ଲଭିନି ଜନମ
ନିଗାଡ଼ି ରକତ ବିନ୍ଦୁ l 2

ଆର୍ଯ୍ୟାବର୍ତ୍ତର ହିନ୍ଦୁ ସମ୍ପ୍ରଦାୟ
ରଖିଛି ମାଟିର ଟେକ
ତମେ ଏକା ହିନ୍ଦୁ ବଞ୍ଚିଛ ମରତେ
ଆଉ ସବୁ ପରଲୋକ
ହିନ୍ଦୁର ନାରା ପିଟି
ଶଇତାନ କେବେ ରୋଧି ପାରିବ କି
କୋଟି ଜନତାର ପାଟି ? 3

ସତୀକୁ ସତୀ କହିଦେଲେ ବାରେ
ମରମକୁ ଯାଏ ବାଜି
ହିନ୍ଦୁର ତ୍ୟାଗ ଆଉ ଦେଶ ଭକ୍ତି
ଗଲାଣି କି ମନୁ ହଜି ?
ଘୋର ତମସା କାଳେ
ତମେ ଏକା ହିନ୍ଦୁ ଜନମ ଲଭିଛ
ଏ ମାଟିରେ ପୁଣ୍ୟ ବଳେ l 4

ତମେ ଏକା ହିନ୍ଦୁ ହୋଇବ ଅମର
ଜପି ଆଶାରାମ ନାମ
ଗାନ୍ଧୀ ଗୋପବନ୍ଧୁ ସୁଭାଷ ଲକ୍ଷ୍ମଣ
ନାହିଁ ତାଙ୍କ ପରାକ୍ରମ ?
ଧନ୍ୟ ତମ ହିନ୍ଦୁ ପଣ
ନିଜ ସ୍ୱାର୍ଥ ପାଇଁ ହିନ୍ଦୁ କରି ନାହିଁ
କେବେ ଏ ମାଟିରେ ରଣ l 5

ସ୍ୱର୍ଯ୍ୟ ସମ ହିନ୍ଦୁ ପ୍ରକାଶି ଜଗତେ
ନାଶି ଅଛି ଅନ୍ଧକାର
ଡିବି ସମ ତମେ ଦିକ ଦିକ ଜଳି
କରିବ ଅନ୍ଧାର ଦୂର
କିବା କର ଆସଫାଳନ
ଗର୍ବ ଅହଂକାରେ ଅଯଥାରେ ଜଳି
ଲଭିବ ସକଳ ପୁଣ୍ୟ ? 6

ମହାଜ୍ଞାନୀ ତମେ ହିନ୍ଦୁ ଶିରୋମଣି
କର ହୀନ ରାଜନୀତି
ସୂର୍ଯ୍ୟ ଚନ୍ଦ୍ର ତାରା ଏ ବ୍ରହ୍ମାଣ୍ଡେ ସତ୍ୟ
ହଟିବ ଅନ୍ଧାର ରାତି
କିବା ଅଛି ପ୍ରୟୋଜନ
ବିଶ୍ୱ ହିତରେ ହିନ୍ଦୁ ସମର୍ପିତ

ଜୟ ମୋର ହିନ୍ଦୁସ୍ତାନ !! 7

ଅଧ୍ୟାପକ ଡ଼ ପଦ୍ମଲୋଚନ ରାଉତ
ଗବେଷକ, ଇଂରାଜୀ ସାହିତ୍ୟ,
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର l

( ନିଜ ସ୍ୱାର୍ଥ ଲାଗି ଜାତ ନୁହେଁ ହିନ୍ଦୁ
ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ l )

–ଉତ୍କଳମଣି ଗୋପବନ୍ଧୁ ଦାସ

Share this :
Next Post

ସମ!କୋଇ - ସୁରେଶ ଚନ୍ଦ୍ର ମହାନ୍ତ

ଉଚ୍ଚ ପରବତ ଶିଖରୁ ଚାଲୁ ଅଛ କେତେକାଳୁ କୁଳୁ କୁଳୁ ନାଦ କରି ବନଫୁଲ ବାସନା ନେଇ ତରତର ହୋଇ ଧାଇଁ ଧାଇଁ ଗିରୀକନ୍ୟା ସମାକୋଇ ! ପଥରେ ଦୁର୍ଗମ ସଂସାର ଅଛ ସହି ଅଶେଷ ଦୁଃଖ କେତେ କେତେ ଶିଳାଦ୍ରୁମ ବାଟ ଅଗ!ଳନ୍ତି ତମ ବାଟ ଭିଡି ନେଇ ଯାଅ ଆଷାଢ଼ରେ ଫିଙ୍ଗି ଦିଅ ତମେ ବହୁ ଦୂରେ ! ଧର୍ଯ୍ୟ ଆଉ ସାହସରେ ଆଗକୁ ମାଢି ଚାଲ […]

Subscribe US Now