ଭି.ଡି଼.ଓ. ବନେଇବା – ସୁକାନ୍ତ ଖଣ୍ଡା

Views: 25
0 0
Read Time:2 Minute, 12 Second

ଦ୍ରୁତ ଗତିରେ ଗଛରେ ଯାଇ

ଧକ୍କାଦେଲା କାରଟିକୁ

ଛିଟିକି ପଡି଼ ଆରୋହୀ ଭାଇ

ଡାକୁଥିଲା ବାଟୋଇକୁ।୧

ଭାରି କଷ୍ଟକୁ ସହ୍ଯ ନ କରି

ମରିଗଲା ଆରୋହୀଟି

ଦେଖେଣା ହାରି ଭି.ଡି.ଓ. କରି

ମଜାନେଲେ କୋଟିକୋଟି।

ହସଯୋଗର ହାତ ନ ଥିଲା

ଡାକ୍ତରଖାନା ନେବାକୁ

ପାଣି ଟୋପାଏ ଦେବାକୁ କେହି

ଆସିଲେ ନାହିଁ କତିକୁ।

ମାନବିକତା କାହାର ନାହିଁ

ମୁରୁକି ହସକୁ ମାରି

ଭି.ଡି.ଓ. ବନେଇବାରେ ବ୍ଯସ୍ତ

ଫୋନକୁ ହାତେ ଧରି।

ଡ୍ରାଇଭର ଭାଇ ସିଟି ବେଲ୍ଟକୁ

ଆଗରେ ବାନ୍ଧିଦେବୁଟି

ଏତିକି ମୋ’ର ବିନମ୍ର ଆଉ

ଅନୁରୋଧ ରଖିବୁଟି।

ଆଖି ଆଗରେ ସବୁକୁ ଦେଖି

ସବୁ ଜାଣିବା ପରେ

କାହିଁକି ବୁଝି ଅବୁଝା ହୁଅ

ଜୀବନ ନିଜ ହାତରେ।

କବି ହୃଦୟ କାନ୍ଦୁଛି ଆଜି

ସଚେତନ ନୁହଁବୋଲି

ଆଖିର ଲୁହ ପିଇ ବସିଛି

ଅନୁରୋଧ ଆଜିକାଲି।

ସୁକାନ୍ତ ଖଣ୍ଡା

ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :
Next Post

କବି ଓ କବିତାର ସମ୍ପର୍କ - ସସ୍ମିତା ସାହୁ

କବି ଜଣେ ତାର କବିତା ନିମନ୍ତେ କରିଥାଏ କେତେ ପ୍ରୟାସ, ମନର ଭାବକୁ ଏକତ୍ରିତ କରି ଲେଖେ ନୂଆ ଇତିହାସ ।। କବି କବିତାର ଦେହ ଟିଏ ହେଲେ କବିତା କବିର ଜୀବନ କବିତାକୁ ନେଇ ସଦା ଚାଲୁଥାଏ କବି ଟିର ଛୋଟ ସ୍ପନ୍ଦନ ।। ଛୋଟ ଛୋଟ ଶବ୍ଦକୁ ଏକାଠି କରାଇ କବି ରଚେ କାବ୍ୟ ପୁସ୍ତକ ଜୀବନ ସ୍ରୋତରେ କବିତା ଯେ ଡଙ୍ଗା ସେ ଡଙ୍ଗା ର […]

Subscribe US Now