କବି ଓ କବିତାର ସମ୍ପର୍କ – ସସ୍ମିତା ସାହୁ

Views: 19
0 0
Read Time:1 Minute, 28 Second

କବି ଜଣେ ତାର କବିତା ନିମନ୍ତେ
କରିଥାଏ କେତେ ପ୍ରୟାସ,
ମନର ଭାବକୁ ଏକତ୍ରିତ କରି
ଲେଖେ ନୂଆ ଇତିହାସ ।।

କବି କବିତାର ଦେହ ଟିଏ ହେଲେ
କବିତା କବିର ଜୀବନ
କବିତାକୁ ନେଇ ସଦା ଚାଲୁଥାଏ
କବି ଟିର ଛୋଟ ସ୍ପନ୍ଦନ ।।

ଛୋଟ ଛୋଟ ଶବ୍ଦକୁ ଏକାଠି କରାଇ
କବି ରଚେ କାବ୍ୟ ପୁସ୍ତକ
ଜୀବନ ସ୍ରୋତରେ କବିତା ଯେ ଡଙ୍ଗା
ସେ ଡଙ୍ଗା ର କବି ନାବିକ ।।

କବି ଓ କବିତା ଦୁହେଁ ଦୁହିଁଙ୍କର
ଅଟନ୍ତି ଯେ ପରିପୂରକ
କବିଟିଏ ବିନା କବିତା ଅଧୁରା
ଏମିତି ଯେ ଏହି ସମ୍ପର୍କ ।।

ସସ୍ମିତା ସାହୁ

ଗୋପୀନାଥ ପୁର, ବଡମ୍ବା, କଟକ

Share this :
Next Post

The Sea of Truth - Sushant Thapa

When truth goes unspoken It does not become a lie. Truth draws your attention And you put yourself in the spotlight, effortlessly Permanence does not slip away Listening to the faraway friend Can always change your mind But not your face in the daily mirror. I long for a sea […]

Subscribe US Now