ସନ୍ଧ୍ୟା – ବିମଲ ସାସ୍ମଲ

Views: 11
0 0
Read Time:1 Minute, 52 Second

ବେଳ ବୁଡିଗଲା ସୁରୁଜ ଲିଭିଲା
ପକ୍ଷୀ ବାହୁଡ଼ିଲେ ବସା |
ଗାଈ ଙ୍କୁ ହୁଡେଇ ଫେରଇ ଗୋପାଳ
ମନେ ନେଇ ନୂଆ ଆଶା ||
ଗ୍ରାମର ମଧ୍ୟରେ ସଂଖନାଦ ଶୁଭେ
ଭାଗବତ ଗୃହେ ମେଳି |
ରାତ୍ର ଆସିଗଲେ ମାଆ ଙ୍କ ପାଖରେ
ଶିଶୁ କରୁଥାଏ ଅଳି ||
ମହୁଆ ସଞ୍ଜ ର ଶୀତଳ ସ୍ପର୍ଶରେ
ଜାଣିପାରେ ତୁମ ବାସ୍ନା |
ଅଚିହ୍ନା ମୁଁହରେ ଚିହ୍ନା ସ୍ୱରଟିରେ
ଝରୁଥାଏ ଜହ୍ନ ଜ୍ୟୋସ୍ନା ||
ପ୍ରକୃତି ମାଆ ର ମନଲୋଭା ଦୃଶ୍ୟ
ମନ ହୁଏ ଭାରି ଖୁସି |
ତୁମ ଉପସ୍ଥିତି ଅନୁଭବ କରେ
ଗୀତ ତୁମ ଆସେ ଭାସି ||
ବସନ୍ତ ବାଆର ସ୍ୱଳ୍ପ ଆଲିଙ୍ଗନ
ଦେହେ ଭରିଦିଏ ତାତି |
ସନ୍ଧ୍ୟା ର ଜହ୍ନ କୁ ଏମିତି ଦେଖିବି
ପାହିଯାଉ ପଛେ ରାତି ||

ବିମଲ ସାସ୍ମଲ
ଭୁବନେଶ୍ୱର
ମୋ -9777744947

Share this :
Next Post

ଅତି ପ୍ରିୟ ପଖାଳ - ଚିନ୍ମୟୀ ମହାପାତ୍ର

ଅତି ପ୍ରିୟ ମଣିଷ ଅତି ପ୍ରିୟ ଜିନିଷ ସବୁ ଅତି ପ୍ରିୟ ମାନଙ୍କରୁ ଅତି ପ୍ରିୟ ପଖାଳ ସବୁ ଓଡ଼ିଆଙ୍କ ସେ ଜୀବନ ଧନ ପଖାଳ କଂସାରେ ମନ ଦହି ପଖାଳ, ଛୁଙ୍କ ପଖାଳ, ବାସି ପଖାଳର ମଜା ଖାଇଛି ଯିଏ ବୁଝିଛି ସିଏ , ପଖାଳର କିମିଆଁ l ଦହି ସହ ଚୁନାମାଛର ଭଜା, ଲେଉଟିଆ ଶାଗ ଖରଡ଼ା, ତା ସାଙ୍ଗକୁ ବଡିଭଜା, ଆଉଯେତେ ସବୁ ଚଟପଟା ଦରବ, […]

Subscribe US Now