ଅନ୍ତର୍ବେଦନା – ଗୀତିଶ୍ରୀ ବେହେରା

Views: 15
0 0
Read Time:1 Minute, 44 Second

ଜୀବନ ଜିଇଁବାର ଇଚ୍ଛା ରେ

ବଞ୍ଚି ରହିବାର ସଂଘର୍ଷ ରେ

ଜଳିବାକୁ ଲାଗିଲି ମୁଁ

ତିଳତିଳ ହୋଇ ପ୍ରତି ମୁହୂର୍ତ୍ତ ରେ || ୧ ||

ବାନ୍ଧି ହୋଇଗଲି ମୋହ,ମାୟାରେ

ହାରିଗଲି ଜୀବନର ପ୍ରତ୍ୟେକ ବାଜିରେ

ନିଜ ସୁଖ,ଶାନ୍ତି ର ଦ୍ବାହି ଦେଇ

ଅନ୍ୟର ଖୁସିକୁ ସାଉଁଟିବାରେ || ୨ ||

ଦଗ୍ଧୀଭୂତ ହେଲା ମୋହର ଅସ୍ଥିତ୍ଵ

ଅଜ୍ଞାତ ହେଲା ସାଂସାରିକ ତତ୍ତ୍ବ

ଜୀବନ ଯୁଇରେ ଛଟପଟ ହୋଇ

ବାରମ୍ବାର ହେଲି ଉତ୍ପୀଡିତ || ୩ ||

ଜଳାଞ୍ଜଳି ଦେଲି ନିଜ ଅହଂ କୁ

ଅବସର ଦେଲି ମୋ ଆତ୍ମାକୁ

କ୍ଳାନ୍ତ ହୋଇଗଲା ଶରୀର

ଅନୁଭବ କରି ନିଜସ୍ବ ଅନ୍ତର୍ବେଦନାକୁ || ୪ ||

ଗୀତିଶ୍ରୀ ବେହେରା

ବାରିପଦା

Share this :
Next Post

THE JOURNEY OF MY LIFE! - Dr.prasana Kumar Dalai.

Regrets,I have had few., But then again to few too mention., I did what I had to do…and saw it through with out exemption. I planned each careful step… Along by the road of my life… There were times,I am sure you know… When I bit often more…. Than I […]

Subscribe US Now