କବି ହିଁ ମହାନ – ଯୁଧିଷ୍ଠିର ମୁଦୁଲି

Views: 37
0 0
Read Time:2 Minute, 36 Second

ସୃଷ୍ଟିର ଯେ ସ୍ରଷ୍ଟା ରଚିଲେ ସଂସାର
ମନୁଷ୍ୟକୁ ଦେଇ ଜ୍ଞାନ
ସମାଜର ହିତ ପାଇଁ ସେ ଅର୍ପିଲେ
କବିଙ୍କୁ ଯେ ଦିବ୍ୟ ଜ୍ଞାନ,

କବିଙ୍କର ଦୃଷ୍ଟି ଅଟଇ ଅନନ୍ୟ
ସାଧାରଣ ଜନ ଠାରୁ
ସୃଷ୍ଟି କରିଥାନ୍ତି କବିତାର ଧାରା
ନିଜସ୍ବ ଲିଖନୀରୁ,

କବିର କବିତ୍ୱ କେ କଳି ପାରିବ
ନାହିଁ ଯେ ତାଙ୍କ ବିକଳ୍ପ
ବିଶ୍ୱ ଜନତାକୁ ସଚେତନ ପାଇଁ
ସଦା କରଇ ସଂକଳ୍ପ,

ଚିର ବନ୍ଦନୀୟ ଚିର ସ୍ମରଣୀୟ
କବିକୁଳ କାଳେ କାଳେ
ଜଗତ ଜନଙ୍କ କଲ୍ୟାଣ ପାଇଁ କି
ଲେଖନୀର ସ୍ରୋତ ଚାଲେ,

କବିର ମନରେ ଉପାଧିର ଲୋଭ
କେବେ ବି ସଂଚରେ ନାହିଁ
ସେନେହ ଶରଧା ଭଲପାଇବା ତ
ବଡ ଉପାଧି ତା ପାଇଁ,

ସ୍ୱଳ୍ପ ବିଦ୍ୟାପ୍ରାପ୍ତ ହଳଧର ନାଗ
ରଚିଲେ ଅନେକ କାବ୍ୟ
ପଦ୍ମଶ୍ରୀ ଉପାଧି ପାଇଁ କି ନଥିଲା
ମନ ମଧ୍ୟେ ତାଙ୍କ ଲୋଭ,

କବିର ଲେଖାକୁ କିଣିପାରେ ନାହିଁ
ଉପାଧି ଓ ମାନପତ୍ର
ବୀଣାପାଣିଙ୍କର ବରପୁତ୍ର କବି
ପୂଜା ପାଏ ସେ ସର୍ବତ୍ର ।।

କବି:-ଯୁଧିଷ୍ଠିର ମୁଦୁଲି,

ଭବାନୀପାଟଣା,କଳାହାଣ୍ଡି

Share this :
Next Post

INSPIRE TO ASPIRE BEFORE EXPIRE - prasanna Bhatta

Parents, Present their proud, Perfume of Father and mother, Play in charming tune, Propitious remains boundless.. …. Profound to be lucky , project is limitless. Proffer everything in empty belly, Priority given to children . Progress of children is endless , Prosperity ia limitless. Prize is given in the end, […]

Subscribe US Now