ଖରାର ପ୍ରକୋପ – ସୁକାନ୍ତ ଖଣ୍ଡା

Views: 17
0 0
Read Time:3 Minute, 16 Second

ଡହଡ଼ହ ଖରା ଆଗତୁରା ଆସି

ଶୋଷିଲାଣି ସବୁ ପାଣି

ନଈ ନାଳ ଝର ଗାଢି଼ଆ ଆଦିରୁ

କେତେ ବା ପାରିବୁ ଛାଣି

ଅପରିଷ୍କାର ହେଲାଣି

ଆଖିର ଲୁହକୁ ପିଇପିଇ ସବୁ

ଚିତ୍କାର ଆଜି କଲୁଣି।

ମାଛ ବେଙ୍ଗ ଗେଣ୍ଡା ଜଳଚର ସବୁ

ମରିବା ଆରମ୍ଭ ଆଜି

ଗରମର ଚେଙ୍କ ପାଇ ଭାସିଭାସି

ସବୁ ଯାଉଛନ୍ତି ସିଝି

ଖରା ଦେଇଚାଲେ ଭାଜି

ଈଶ୍ବରଙ୍କୁ ଡାକ ପ୍ରାଣୀ ଛାଡୁଛନ୍ତି

ଆଖିର ଲୁହରେ ଭିଜି।

ଉଦ୍ଭିତ ଜଗତ ଝାଉଁଳି ଗଲେଣି

ଖରାର ପ୍ରକୋପ ପାଇ

କେତେ ମରି କେତେ ବ୍ଯାକୁଳ ହୁଅନ୍ତି

ପାଣି ଟୋପେ ବି ନ ପିଇ

ହୃଦୟ ତାଙ୍କର ଝାଇଁ

ନିଜେ ମରି ସିନା ପ୍ରାଣୀଙ୍କୁ ମାରିବେ

ଅମ୍ଳଜାନକୁ ନ ଦେଇ।

ପୃଥିବୀ ମାତାଙ୍କ ଦେହଟି ପୁଙ୍ଗୁଳା

ଅସୁନ୍ଦର ଦିଶିଲେଣି

କାନ୍ଦିବାକୁ ବାଟ ନାହିଁ ତାଙ୍କ ପାଖେ

ମଣିଷଙ୍କ ଦୋଷ ପାଇଁ

ବରୱେଲ ଖୋଳି ପାଣି ଅପବ୍ଯୟ

କରୁଛନ୍ତି ଜାଣିଜାଣି

କେମିତି ଅଣ୍ଟିବ ପାଣି

ଇପସିତ ସଂସାର କେମିତି ଚାଲିବ

ବୁଝିକିଛି ପାରୁନାହିଁ।

ହାହାକାର ଆଜି ଉଦ୍ଭିଦ ଓ ପ୍ରାଣୀ

ସଳିତା ପ୍ରାୟ ହେଲେଣି

ନ କହି ନିଜର କାହାଣୀ ନିରବେ

ମନେ ହେଉଛନ୍ତି ଗୁଣି

ସର୍ବଦା ପଡେ଼ ଭାଳେଣି

ନିଜେ ବୁଝି ପୁଣି ବୁଝିପାରୁ ନାହିଁ

କୁକର୍ମ କରନ୍ତି ଜାଣି।

ସୁକାନ୍ତ ଖଣ୍ଡା

ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :
Next Post

କବିତା - ମୃତ୍ୟୁଞ୍ଜୟ ସାହୁ

ପଥର ହୃଦୟେ ଫୁଟାଏ ଯେ ହସ,ଶୁଷ୍କ ଉଦ୍ୟାନରେ ମନ୍ଦାକିନୀ ରସ |ମରୁଭୂମିରେ ବି କରିପାରେ ବର୍ଷା,ବସନ୍ତ ବି କରେ ମଳୟକୁ ଇର୍ଷା || କହିଥାଅ ମନ ଅକୁହା କଥାକୁ,କଲମ ମୁନରେ ସଜାଡି ସ୍ମୃତିକୁ |ଅନ୍ଧକାରେ ତୁମେ ଉଜ୍ବଳ ଆଲୋକ,ମେଘୁଆ ରାତିର ଶୀତଳ ଝଲକ ||ମାନସ ପଟରେ ତୁମେ ମୋ ପ୍ରେମିକା,ହଜାଇ ଖୋଜିବା ଅଟେ ମୋ ଜୀବିକା | ହିମାଳୟେ ତୁମେ ଦେହର ଉଷ୍ମତା,ତୁମେ ପରା ମୋର ସୁନ୍ଦର କବିତା | […]

Subscribe US Now