ସମ୍ପର୍କ – ଚିନ୍ମୟୀ ମହାପାତ୍ର

Views: 12
0 0
Read Time:2 Minute, 21 Second

ସମ୍ପର୍କ…..

ଏକ ନିଆରା ଭାବ

ମିଠା ମିଠା ଭାବର ଗଜଲ

ହୃଦୟର ନିରୁତା ଭଲ ପାଇବା

ପ୍ରେମସିକ୍ତ ମନର ମିଠାପଣ

ନିଚ୍ଛକ ବୁଝାମଣା

ସମ୍ପୂର୍ଣ୍ଣତାର ସଂଜ୍ଞାଟିଏ

ଭଲପାଇବାର ଋତୁଟିଏ

ମନ ସହ ମନର ଅଦ୍ଭୁତ ସଂଯୋଗଟିଏ

ଅବା ଚିରନ୍ତନ ସତ୍ୟଟିଏ ll

ସମ୍ପର୍କ……..

ବେସାହାରାର ଆଶାବାଡ଼ି

ପାଖେଇ ଆସିବାର ମୁହୂର୍ତ୍ତ

ଆନମନା ଭାବର ସ୍ଥିରତା ଓ

ବିଶ୍ୱାସର ଉଷ୍ମତା,

ଉଛୁଳା ନଈଟେ ଫିଟିପଡେ

ଆନ୍ତରିକତାର ଜୁଆରରେ

ପ୍ରଣୟ ବାସ୍ନାରେ ଆକତା ମାକତା

ସ୍ମୃତିର ସୁଗନ୍ଧ,

ଦୁର୍ବଳ ମୁହୂର୍ତ୍ତର ଖିଆଲି ମନ,

ଅନ୍ତରର ଅନୁଭବ ମଧୁର ଯନ୍ତ୍ରଣା ll

ସମ୍ପର୍କ…….

ଅନେକ ମନ, ହୃଦୟର

ସାଇତା ସତ୍ତା ଟିଏ

କେତେ ଖେଳ ଘର ସ୍ମୃତି

ରଙ୍ଗୀନ ସ୍ୱପ୍ନର ବାଲିଘର ଓ

ଆଶାର ମହଲ,

ଆତ୍ମା ସହ ଅତ୍ମୀୟତା

ଯେମିତି ବା’ ସହ ବତା

ବର୍ଷା ସହ ଛତା ll

ଚିନ୍ମୟୀ ମହାପାତ୍ର

ଶିକ୍ଷୟିତ୍ରୀ

ଯୁବଜ୍ୟୋତି ହାଇସ୍କୁଲ, ବାମୁର,

ଅନଗୁଳ l

Share this :
Next Post

Sketches - Sushant Thapa

Sketches To hide by drawing the images I have never learnt to not be. There we are Again in tomorrow Again in yesterday; A fair remembrance When the first raindrop kissed the ground When the first bird flew from your kitchen alcove First colours seen by new eyes; Drew what […]

Subscribe US Now