ଦରକାର ନାହିଁ – ପ୍ରଦୀପ୍ତ କୁମାର ବେହେରା

Views: 21
0 0
Read Time:2 Minute, 27 Second

ଦରକାର ନାହିଁ ମିଥ୍ୟା ପ୍ରତିଶୃତି
ଦିଅନା ମିଛ ସମ୍ମାନ
ଏକା ଚାଲିବାକୁ ଜୀବନ ପଥରେ
ଜନ୍ମାଇ ଛନ୍ତି ଆପଣ ।।
ଲକ୍ଷ୍ୟ ପଥରେ ମୋ ଏକା ଚଳିବି
ଆସୁ ଯେତେ ବାଧା ବିଘ୍ନ
ଦୁର୍ଗମ ପଥକୁ ସୁଗମ କରିବି
ଚିତ୍ତକୁ କରିଣ ଦୃଢ଼ ।।
ଲୁହ ଯେ ଅଟଇ ଦୁଃଖର ସଂକେତ
ହସି ଯାଉଥିବି ପିଇ
ସତ୍ୟ ପଥେ ଥିଲେ ସାହା ସବୁବେଳେ
ହୋଇବେ ମୋହର ସାଇଁ ।।
ଲୋଡା ନାହିଁ ପ୍ରଭୁ ଧନ ମାନ ଯାନ
ପୂରୁ ମୋ ଭକ୍ତି ହୃଦରେ
ତୋର ନାମ ଧରି ସଦା ଚାଲୁଥିବି
ତୁମ ଗଢା ଏ ମହୀରେ ।।
ଦୂରରୁ ଡାକିଲେ ମୁହିଁରେ କାଳିଆ
ପାଦ ନାହିଁ ବୋଲି କହୁ
ପାଖକୁ ମୁଁ ଆସି ମାଗିଲେ ତୁହିରେ
ହାତ ନାହିଁ ଠକି ଦେଉ ।।
ତଥାପି ତୋହର ନାମ ମୋର ତୁଣ୍ଡେ
ରହିଅଛି ରହି ଥିବ
ଚକା ଆଖି ମେଲି ସବୁ ଦେଖୁ ତୁହି
ବାଛୁ ତୁ ପୁଣ୍ୟ ପାପ ।।
କଳା ଧଳା ଘୋଡ଼ା ସଙ୍ଗେ ଭାଇ ନେଇ
କେବେ ସତେ ବାହ
ଅଧର୍ମ ବିନାଶି ଧର୍ମର ସ୍ଥାପନ
ବିଶ୍ୱେ ପ୍ରତିଷ୍ଠା କରିବ ।।

ପ୍ରଦୀପ୍ତ କୁମାର ବେହେରା
ଚିର୍ମା, ନବରଙ୍ଗପୁର

Share this :
Next Post

ପ୍ରେମ ଆନ୍ତକ୍ଷାରୀ - ସରୋଜ କୁମାର ସାହୁ

ବନ୍ଦିନୀ ହେଲି ମୁଁ ତୁମରି ପ୍ରେମରେଯେବେଠୁ ମିଶିଲା ଆଖିଥିଲି ମୁଁ ଅଜଣା ପ୍ରେମ କି ବାହାନାଧିରେ ଧିରେ ଗଲି ଶିଖି ।ଶିଖେଇଲ ତମେ ପ୍ରେମ ଅନ୍ତାକ୍ଷରୀଲାଜମିଶା ହସ ଫିଙ୍ଗିକି ଯାଦୁ ଭରିଲ ନଜରରେ ତୁମନିରବତା ଗଲା ଭାଙ୍ଗି ।ସ୍ବପ୍ନରେ ଝୁରିଲି ସତରେ ଝୁମିଲିତୁମକୁ ଅଧିର ଚତ୍ତେଶହେ ଝିଅଙ୍କର ଭିଡ ଭିତରେ ବିନିଜର ଲାଗିଲ ମୋତେ ।ଖୋଜିଲି ଠିକଣା ତୁମ ପରିଚୟବିତି ଯାଇଥିବା ଦିନତମେ ସୁକୁମାରୀ ସରଳ ମାନିନୀବୁଝି ପାରୁନାହଁ ମନ […]

Subscribe US Now