ପ୍ରେମ ଆନ୍ତକ୍ଷାରୀ – ସରୋଜ କୁମାର ସାହୁ

Views: 26
0 0
Read Time:2 Minute, 18 Second


ବନ୍ଦିନୀ ହେଲି ମୁଁ ତୁମରି ପ୍ରେମରେ
ଯେବେଠୁ ମିଶିଲା ଆଖି
ଥିଲି ମୁଁ ଅଜଣା ପ୍ରେମ କି ବାହାନା
ଧିରେ ଧିରେ ଗଲି ଶିଖି ।
ଶିଖେଇଲ ତମେ ପ୍ରେମ ଅନ୍ତାକ୍ଷରୀ
ଲାଜମିଶା ହସ ଫିଙ୍ଗି
କି ଯାଦୁ ଭରିଲ ନଜରରେ ତୁମ
ନିରବତା ଗଲା ଭାଙ୍ଗି ।
ସ୍ବପ୍ନରେ ଝୁରିଲି ସତରେ ଝୁମିଲି
ତୁମକୁ ଅଧିର ଚତ୍ତେ
ଶହେ ଝିଅଙ୍କର ଭିଡ ଭିତରେ ବି
ନିଜର ଲାଗିଲ ମୋତେ ।
ଖୋଜିଲି ଠିକଣା ତୁମ ପରିଚୟ
ବିତି ଯାଇଥିବା ଦିନ
ତମେ ସୁକୁମାରୀ ସରଳ ମାନିନୀ
ବୁଝି ପାରୁନାହଁ ମନ ।
ସାଇତି ରଖିଛି ଖିଆଲି ଭାବକୁ
ଲୁଚାଛପା ମିଠା ହସ
ତୁମ ହାବଭାବ ଲାଗିଲା ପସନ୍ଦ
ଅବା କେଉଁ ମୋର ଦୋଷ ।
ସୟନେ ସପନେ ନିତି ଜାଗରଣେ
ଦିଶି ଯାଉଅଛି ମୁହଁ
ଯାହାପାଇିଁ ଆଜି ସାଜିଲି ପ୍ରେମିକ
ତମେ ପରା ସେହି ଝିଅ ।
ମନ୍ଦିରେ ପୂଜୁଛି ତୁମରି ନାମରେ
ସତ ଅଟେ ନୁହେଁ ଭ୍ରମ
ଲେଖିଦିଅ ଥରେ ଖୋଲା ହୃଦୟରେ
ଏଇ ପ୍ରେମିକର ନାମ।

ସରୋଜ କୁମାର ସାହୁ
ଆଠଗଡ,କଟକ
୯୩୪୮୫୭୫୨୨୪

Share this :
Next Post

ଜଳ - ଜଗମୋହନ ପ୍ରଧାନ

ଶୀର୍ଷକ- ଜଳ ହିଁ ଜୀବନ—————————–ପ୍ରକୃତି ସୁନ୍ଦର ଶୋଭା ମନୋହର ଅମୁଲ୍ୟ ତାହାରି ଦାନପ୍ରକୃତିର ସୁଷ୍ଟି ଜଳ ଅମୁଲ୍ୟ ସମ୍ପଦ ତା ପାଇଁ ଚାଲେ ଜୀବନ ।ଜଳର ଋଣୀ ଜିବ ଜଗତ ଭୂମଣ୍ଡଳ ଜଳ ଉଜ୍ବଳ ଉତ୍କୃଷ୍ଟ ଜୀବନରଙ୍ଗ ଗନ୍ଧ ହୀନ ଜଳ ସେ ପବିତ୍ର ଈଶ୍ଵରଙ୍କ ସୁଷ୍ଟି ସେ ମହାନ ।ଜଳର ନହେଉ କେବେ ଉପହାସ ଜଳ ବିହୁନେ ସୃଷ୍ଟି ନାଶମନେରଖ ମହା ପାପ ଯେ ଜଳଧ୍ୱଂସ କରିବ ନାହିଁ […]

Subscribe US Now