ରହିଯା ସମୟ – ମମତା ବାରିକ

Views: 26
0 0
Read Time:2 Minute, 7 Second


ତୀତର ସେଇ
ସମୟ ଯାଇଛି ହଜି …
ତାକୁ ପାରେନି ମୁଁ ଖୋଜି !
ନିୟତି ! ତୁ ତାକୁ ରଖିଛୁ ଲୁଚାଇ
ଅତୀତ ମୋ’ ଦେ’ରେ ଫେରାଇ !!

ଅତୀତର ସେଇ
ପିଲାଦିନ ଯାଇଅଛି ହଜି…
ନାଟକବାଜି ସହ ଦୃଷ୍ଟାମି ,
ବେଶୀ ମନେ ପଡେ ଆଜି ,
ସେ ଅତୀତ ,ସେଇ ଅଭୁଲା ମୁହୂର୍ତ୍ତ ।
ସମୟ ହିଁ ଆଣିଦିଏ
ଅତୀତର ସେଇ ରଙ୍ଗ ବେରଙ୍ଗର
ମୁହୂର୍ତ୍ତମାନଙ୍କୁ…. !!

ଅତୀତ ତ
ଖୁସି ସହ ଯାତନା ଦେଲା ,
ସେ ଶିକ୍ଷାର ଧାରଣା
ଅତୀତ ଥିଲା ଇଶ୍ୱରଙ୍କ ଛଳନା
ନାହିଁ ତାପାଇଁ ଅନୁକମ୍ପା ।
ମେଘ ଗଲେ ନିର୍ମଳ ଶୂନ୍ୟଆକାଶ
ଦିଶଇ ସେ ମନୋହର…
ଆଜି ଅତୀତ ଯାଇଛି ,
ଆସିଛି ନବଦିନର ଉନ୍ମାଦନା ,
ସେଇ ତ ଆମର ସମ୍ଭାବନା !
ରହିଯା ସମୟ ମୋ’ ମନକୁ ଚାହିଁ
ଆସେ ମନେ ସ୍ୱପ୍ନ କେତେ କାହିଁ…
ଭରୁ ତୁ ବାସ୍ତବତା ସ୍ୱପ୍ନ କୁ ଚାହିଁ
କଳ୍ପନା ରୁ ବାସ୍ତବ ତୁହି……… !!

ମମତା ବାରିକ
ଯାଜପୁର,ବାରବାଟୀ,
ଗ୍ରାମ-ବାମଦେବପୁର,
ପିନ-755008

Share this :
Next Post

ଅତୀତ ଯେବେ ଚେଇଁ ଉଠେ - ଶକୁନ୍ତଳା ପରିଡ଼ା

ଅତୀତ ଯେବେ ଚେଇଁ ଉଠେଦେହରୁ ସେ ଘା ସୁଖିଯାଇିଛି ସତ ହେଲେ ମନରେ ହେଇଥିବା ସେ ଘାଏବେବି ତାଜା ଅଛି ।। ଆଖିରୁ ଲୁହ ସୁଖିଯାଇଛି ସତ ହେଲେ ହୃଦୟରେ କହୁଳୁଥିବା ସେ କୋହଏବେବି କଇଁ କଇଁ ହୋଇ କାନ୍ଦୁଛି।। ଏବେବି ଓଠରେ ହସ ଅଛି ସତ ହେଲେ ସେ ଅସ୍ତଗାମୀ ସୂର୍ଯ୍ୟର ଦିଗବଳୟ ଭିତରେ ସେ ଚେହେରାଟି ହଜିଯାଇଛି।। ଏ ହୃଦୟଟି କାହା ପାଇଁ ପଥର ପାଲଟିଯାଇନି ବାସ୍ଖାଲି […]

Subscribe US Now