ଜଳ ହିଁ ଜୀବନ – ଚିନ୍ମୟୀ ମହାପାତ୍ର

Views: 15
0 0
Read Time:1 Minute, 51 Second



ପଞ୍ଚତତ୍ତ୍ୱ ମଧ୍ୟେ ଜଳ ଅନ୍ୟତମ
ଜଳ ଅନ୍ୟନାମ ଜୀବନ,
ଜଳ ବିନୁ ନାହିଁ କେହି ଆନ
ତମାମ ଜୀବନ ଟା ଜଳ ହିଁ ଜଳ ll

ଜଳ ବ୍ୟବହାର, ଜଳ ସଂରକ୍ଷଣ
ଭବିଷ୍ୟତ ପାଇଁ ଉତ୍ତମ,
ଆଜହୁଁ ସଚେତନ ହୋଇବା,
ତମାମ ଜୀବନଟା ଜଳ ହିଁ ଜଳ ll

ଆମ ଶିଶୁ ଜାଣ ଆମ ଭବିଷ୍ୟତ,
ସଚେତନ ତାଙ୍କୁ କରିବା,
ଘର, ପଡୋଶୀ, ଗ୍ରାମବାସୀଙ୍କୁ
ସଚେତନ ବାର୍ତ୍ତା ସଭିଙ୍କୁ ବାଣ୍ଟିବା ll

ଜଳ ଉତ୍ସ ସବୁ ସଫା ରଖିବାକୁ,
ସଭିଏଁ ଚେଷ୍ଟିତ ହୋଇବା,
ସ୍ୱାସ୍ଥ୍ୟ, ପରିମଳ ବାରତାଟା
ହିତକାରୀ ବୋଲି ସଭିଏଁ ଜାଣିବା ll

ଜଳକୁ ଦେବତା ଭାବେ ପୂଜୁଥିଲେ,
ଆମରି ପୂରୁବ ପୁରୁଷ,
ଆମେ ସେଇ ଭାବ ରଖିବାକୁ
ତମାମ ଜୀବନଟା ଋଣୀ ରହିବା ll

ଚିନ୍ମୟୀ ମହାପାତ୍ର
ଯୁବଜ୍ୟୋତି ହାଇସ୍କୁଲ,
ବାମୁର, ଅନଗୁଳ

Share this :
Next Post

କବିତା - ରଞ୍ଜନ କୁମାର ମହାନ୍ତି

ତୃପ୍ତି ନୁହେଁ ତର୍ପଣର ତୁମେ ତ ତଟିନୀ… ମୁକ୍ତି ମହାମନ୍ତ୍ରେ ତୁମେ ମଧୁ ମନ୍ଦାକିନୀ… ଅମୃତ ଅନନ୍ୟା ମୋ ମାନସକନ୍ୟା ବେଦନାର ବେଳାବକ୍ଷେ ତୁମେ ବୈତରଣୀ… କଳ୍ପନାର କୋଣାର୍କରେ କମନୀୟ କାନ୍ତି… ଶତାବ୍ଦୀର ଶୃଙ୍ଗାରରେ ଶୃଙ୍ଖଳିତ ଶାନ୍ତି… ପୂତ ପୁଣ୍ୟତୋୟା ତୁମେ ଦିବ୍ୟଦେହା ଗୌରବ ଗଙ୍ଗୋତ୍ରୀ ଗର୍ଭେ ଗୁଞ୍ଜରିତ ଗୀତି… ଭାବନାର ଭରାର୍ଣ୍ଣବେ ଭରସାର ଭାଷା ଉର୍ମିଳ ଉପଳ ଉର୍ଦ୍ଧ୍ୱେ ଉନ୍ମେଷିତ ଉଷା କବିର ତୁ କନ୍ୟା ତ୍ରିଭୁବନେ ଧନ୍ୟା […]

Subscribe US Now