ଚେନାଏ ମହକ – ସୁଜାତ ଷଡଙ୍ଗୀ

Views: 15
0 0
Read Time:1 Minute, 38 Second

ତୁମେ ମୋର ଅପାସୋରା
ପଥର ଦୂରନ୍ତ ପଥିକ
ମୁଁ ତୁମ ନିଷ୍କପଟ ଛାୟାର କୁହୁକ
ଥରୁଟିଏ ଛୁଇଁ ଦେଖ ମୋତେ
ମାୟା ନୁହେଁ ଛାୟାଟିଏ ମାତ୍ର
ରୂପାନ୍ତରିତ ସ୍ଥାଣୁ ମୂର୍ତ୍ତିଟିଏ
ଫେରି ଦେଖ ଥରେ ମୁଁ ସେଇ
ଅସ୍ତଗାମି ସୂର୍ଯ୍ୟର ନିଷ୍ପ୍ରଭ ଆଲୋକ
ଅନାହତ ହୃଦ କନ୍ଦରରେ
ଶୂନ୍ୟ ଶବ୍ଦର ପ୍ରତିଧ୍ୱନିଟିଏ I
ମୁଁ ତୁମ ପ୍ରତିଟି ରାତିର ସ୍ୱପ୍ନ
ସକାଳର ସ୍ନିଗ୍ଧ ଆଲୋକରେ
ଶୂନ୍ୟରେ ଉଭେଇ ଯାଉଥିବା
ଅପ୍ରକାଶ୍ୟ ଅନୁଭବ ମାତ୍ର,
ତୁମ ଚଲାପଥରେ ଚହଟି ଉଠୁଥିବା
ଅସ୍ପଷ୍ଟ ଅନ୍ଧକାରର ଚେନାଏ ଆଲୋକ।

ସୁଜାତ ଷଡଙ୍ଗୀ

ଭଞ୍ଜନଗର

ଗଞ୍ଜାମ

Share this :
Next Post

ଜଳ ବିନ୍ଦୁ - ସୁସ୍ମିତା ଶତପଥି

ବିନ୍ଦୁ ବିନ୍ଦୁ ଜଳ ପ୍ରକୃତି ସଞ୍ଚିଣମହାସିନ୍ଧୁ କରିଥାଏବିନ୍ଦୁ ବିନ୍ଦୁ ଜଳ ନଷ୍ଟ ହୋଇଗଲେମରୁଭୂମି ହୋଇଯାଏ।କେତେ ଯେ ଅମୂଲ୍ୟ ବିନ୍ଦୁଏ ଜଳଭାବିଛକି ବନ୍ଧୁ କେବେଜଳ ହିଁ ଜୀବନ ସୃଷ୍ଟି ର ମୂଳଗଢି ଉଠେ ଏହି ଭବେ।ସାରା ବ୍ରହ୍ମାଣ୍ଡରେ ଜଳର ସନ୍ଧାନପୃଥିବୀ ମା’ର ପାଶେଜଳ ଯୋଗୁ ଜୀବ ଉଦ୍ଭିଦ ପୋଷିତଧରଣୀ ରାଣୀ ହସେ।ବଣ ପଦା ହୁଏ ମଣିଊ ଇଛାରେହ୍ରାସ ପାଏ ଜଳସ୍ତରମଧୁର ଜଳରେ ଶୋଷ ମେଣ୍ଟେ ସିନାଜଳକୁ ସଞ୍ଚୟ କର।ଜଳ ଅଭାବରେ ରହି […]

Subscribe US Now