ଜଙ୍ଗଲରେ ନିଆଁ ଲଗାନା କେହି – ସୁକାନ୍ତ ଖଣ୍ଡା

Views: 10
0 0
Read Time:2 Minute, 13 Second

ଜଙ୍ଗଲକୁ ନିଆଁ ଜଳାଇ ଭାବୁଛ

ବଡ଼ କାମଟେ ମୁଁ କଲି

କିଏ ମରୁ ଅବା ବଞ୍ଚୁ ଏ ଦାଉରୁ

ମୋ’ର ତ ନିଆରା ଚାଲି।

ଗଞ୍ଜୁଆ ଅଥବା ବିଡି଼ ସିଗାରେଟ

ପିଇକି ଫିଙ୍ଗଲେ ନିଆଁ

ମହୁଲ ଫୁଲକୁ ଗୋଟାଇବା ପାଇଁ

ନିଆଁ ଜାଳ ହୋଇ ବାୟା।

ବିଶୃଙ୍ଖଳ ଲୋକ କାଠକୁ ବୋହିବା

ଅଥବା ନୀଚ୍ଚତା ମନ

ଧ୍ବଂସ କରୁଛନ୍ତି ଜଙ୍ଗଲକୁ ଆଜି

ନ ବୁଝି ପୃଥୀର ପ୍ରାଣ।

ଜଙ୍ଗଲ ପୃଥୀର ଫୁସଫୁସ ବୋଲି

ଯଦି ବୁଝିଥାନ୍ତେ ଲୋକେ

ନୀଚ୍ଚ ଧୀଟ କାମ ହାତେ ନ ନିଅନ୍ତେ

ପାଆନ୍ତେ ନି ଯମା ଦୁଃଖ।

ଅମ୍ଳଜାନ ଦିଏ ପ୍ରାଣୀଙ୍କୁ ଜଙ୍ଗଲ

କରାଏ ବର୍ଷା ମହୀରେ

ପତ୍ର ଫୁଲ ଫଳ ଖାଇବା ଯୋଗାଏ

ଯା’ ବିନା ଧ୍ବଂସ ଆମେରେ।

ବୁଝିକି ବୁଝାଅ ହେ ମାନବ ଭାଇ

ନିଆଁ କି ଦିଅନା କାଟି

ଜଙ୍ଗଲ ଆମର ଅସଲ ହିଁ ମିତ୍ର

ଯା’ ବିନା ଅଚଳ ସୃଷ୍ଟି।

ସୁକାନ୍ତ ଖଣ୍ଡା

ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :
Next Post

ମୃତ୍ୟୁ ଡାକେ - ଅଧ୍ୟାପକ ଡ଼. ପଦ୍ମଲୋଚନ ରାଉତ

(ଜଣେ ବାହୁବଳୀ, ଅତ୍ୟାଚାରୀ କଂସେଇ , ଏକ ଛତ୍ରବାଦୀ କାପୁରୁଷ ମେଣ୍ଟାଲ ମୁଖିଆର ଦୌରାତ୍ମ ରେ ବାରମ୍ବାର ନିର୍ଯ୍ୟାତିତ, ଅପମାନିତ, ଶୋଷିତ କବି ପ୍ରାଣର ଏକ ସ୍ୱତନ୍ତ୍ର ପ୍ରତିବେଦନ…… ) ମଶାଣି ଦୁଆରେ ଠିଆ ହୋଇ ତାରେ ମୃତ୍ୟୁ ଡାକୁଛି ଆ…. କେତେ ଗର୍ବ, ଦର୍ପ ଅହଂକାର ଅଛି ପ୍ରମାଣ ଦେଉନୁ କିଆଁ କବି ଯାଏ ନାହିଁ ଡରି କଲମ ତାହାର ସତ୍ୟ ସନ୍ଧନେ ପାଲଟିଛି ତରବାରୀ l 1 […]

Subscribe US Now