ମୃତ୍ୟୁ ଡାକେ – ଅଧ୍ୟାପକ ଡ଼. ପଦ୍ମଲୋଚନ ରାଉତ

Views: 10
0 0
Read Time:5 Minute, 29 Second

(ଜଣେ ବାହୁବଳୀ, ଅତ୍ୟାଚାରୀ କଂସେଇ , ଏକ ଛତ୍ରବାଦୀ କାପୁରୁଷ ମେଣ୍ଟାଲ ମୁଖିଆର ଦୌରାତ୍ମ ରେ ବାରମ୍ବାର ନିର୍ଯ୍ୟାତିତ, ଅପମାନିତ, ଶୋଷିତ କବି ପ୍ରାଣର ଏକ ସ୍ୱତନ୍ତ୍ର ପ୍ରତିବେଦନ…… )

ମଶାଣି ଦୁଆରେ ଠିଆ ହୋଇ ତାରେ
ମୃତ୍ୟୁ ଡାକୁଛି ଆ….
କେତେ ଗର୍ବ, ଦର୍ପ ଅହଂକାର ଅଛି
ପ୍ରମାଣ ଦେଉନୁ କିଆଁ
କବି ଯାଏ ନାହିଁ ଡରି
କଲମ ତାହାର ସତ୍ୟ ସନ୍ଧନେ
ପାଲଟିଛି ତରବାରୀ l 1

କବିର କଲମ ଯଦି ହୁଏ ସତ୍ୟ
କବିତା ଯାଇଛି କହି
ଗର୍ବ, ଅହଂକାର, ଦର୍ପ, କ୍ଷମତା
ଚିର ଦିନ ରହି ନାହିଁ
ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରା
କବିର କବିତା ହୁଏନି ଅନ୍ୟଥା
ଚିର ଶାଶ୍ୱତ ଧାରା l 2

କ୍ଷମତା ବଳରେ ହୋଇ ବାହୁବଳୀ
ବିବେକ ଯାଇଛି ଭୁଲି
ଅମଣିଷ ସିଏ ବଡ଼ ଅହଙ୍କାରୀ
ଇର୍ଷାରେ ଯାଏ ଜଳି
ଡ଼ାକିଲାଣି ତାକୁ କାଳ
ସୀମା ଟପିଲାଣି ତାର ଅତ୍ୟାଚାର
ସରି ଆସିଲାଣି ବେଳ l 3

କୁଳ ଶ୍ରେଷ୍ଠ ସେ ବିଦ୍ୱାନ ବୋଲାଏ
କଂସେଇ ଠାରୁ ହୀନ
ଧନ୍ୟ ତାର ପିତା ଧନ୍ୟ ତାର ମାତା
ଧନ୍ୟ ସେ ବେଈମାନ
ଶ୍ମାଶନେ ଜଳିବ ଚିତା
ଧରା ଧାମେ କେହି ଅମର ଲଭିନି
କବି ହିଁ ଜଗତ ଜିତା l 4

ଇଜ୍ଜତ ମହତ ଅଛି କି ତାହାର
ଅଛି ତାର ସ୍ୱାଭିମାନ ?
କ୍ଷମତା ବଳରେ ହୋଇ ବଳିୟାନ
ଅପରେ ମଣଇ ହୀନ
କରେ ସିଏ ଦାଦାଗିରି
ଅମର ବର କି ଲଭିଚି ମରତେ
ଦେଖାଉଚି ବାହାଦୁରୀ l 5

କବି କରେ ନାହିଁ କା’ ସଙ୍ଗେ ସାଲିସ
ମାରେ ନାହିଁ କେବେ ତେଲ
ବିପ୍ଳବର ବହ୍ନି ଜାଳେ ତା କବିତା
ମାଗେ ମା’ ମାଟି ମୁଲ
ମୃତ୍ୟୁ ଦେଲାଣି ଡାକ
ଜଳିବ ଶ୍ମାଶନେ ଅହଙ୍କାରୀ ଚିତା
କିଏ ବା କରିବ ଦୁଃଖ ? l 6

ଅହଙ୍କାରୀ କେବେ ବୁଝିଛି କି ଭବେ
ଗଣତନ୍ତ୍ର ପରିଭାଷା
ଏକ ଛତ୍ରବାଦୀ ନର ଘାତକ ସେ
ରକତେ ମେଣ୍ଟେ ତା ଆଶା
ଗର୍ବରେ ଯାଏ ଜଳି
ବଡ଼ ଅବିଶ୍ୱାସୀ କାପୁରୁଷ ସିଏ
ପଛରୁ ମାରଇ ଗୁଳି l 7

କଥା କହିବାର ନାହିଁ ଅଧିକାର
ଗର୍ଜନ ତାର ବେଶୀ
ହୃଦୟ ହୀନ ସେ ମେଣ୍ଟାଲ ମଣିଷ
ବତୀ ପେଲିବାରେ ଖୁସି
ମଶାଣିର ନିଆଁ ଦିଶେ
ହାତ ଠାରି ତାକୁ ଡ଼ାକିଲାଣି ମୃତ୍ୟୁ
ଜନ୍ତୁ ପତି ଦୂରେ ହସେ l 8

ଅଧ୍ୟାପକ ଡ଼. ପଦ୍ମଲୋଚନ ରାଉତ
ଗବେଷକ, ଇଂରାଜୀ ସାହିତ୍ୟ,
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର l

Share this :
Next Post

DESERTED PARENTS - prasanna Bhatta

Parents, Present their proud, Perfume of Father and mother, Plays in charming tune, Propitious remains boundless.. …. Profound to be lucky , project is limitless. Proffer everything in empty belly, Priority given to children . Progress of children is endless , Prosperity is limitless. Prize is given in the end, […]

Subscribe US Now