ପ୍ରକୃତି ରାଣୀ ମୋ ହସେ – ପବିତ୍ର କୁମାର ସାହୁ

Views: 33
0 0
Read Time:3 Minute, 1 Second
ବସନ୍ତ ଆଗମେ ଶୀତର ପ୍ରକୋପ
ଧୀରେ ଧୀରେ ସରି ଆସେ ।
ଆମ୍ବ ବଉଳର ମହକ ଖେଳାଇ
ପ୍ରକୃତି ରାଣୀ ମୋ ହସେ ।।୧।।
ନଥାଇ ବାସନା ପଳାସ ଫୁଲଟି
ପ୍ରିୟହେଲା ସଭିଙ୍କର ।
ସେ ଫୁଲେ ସଜେଇ ସୁନ୍ଦରୀ ହୋଇଛି
ଏ ପ୍ରକୃତି ମାଆ ମୋର।।୨।।
ଦୁଃଖୀର ଦୁଃଖକୁ ସହି ନ ପାରିଣ
ବିତରି ଥାଉ ତୁ ବାସ୍ନା ।
କୋକିଳର କୁହୁ ତାନରେ ଭରୁ ତୁ
ସୁସଙ୍ଗୀତର ମୂର୍ଚ୍ଛନା ।।୩।।
ମଳୟ ପବନ ଶୀତଳ ସ୍ପର୍ଶରେ
ଚାଷୀଭାଇ ଟି ଆନନ୍ଦ ।
ପଥିକ ଲୋକର କ୍ଲେଶ ନିବାରଣେ
ବ୍ୟାକୁଳ ସଦା ତୋ ହୃଦ ।।୪।।
ଆଷାଢ଼ ପ୍ରବେଶେ ଧରଣୀ ହସଇ
ଉଷ୍ମତା କରି ବର୍ଜନ ।
ନବୀନ ପଲ୍ଲବେ ପଲ୍ଲବିତ ହୁଏ
ତରୁଲତା ଘନବନ ।।୫।।
ଶ୍ରାବଣର ବର୍ଷା ନୀରେ ସିକ୍ତ ହୋଇ
ଚାଷୀ ଫଳାଏ ଫସଲ ।
ବନ-ନଦୀ-ଗ୍ରାମ ସର୍ବତ୍ର ଦିଶଇ
ଶୁଦ୍ଧ ସ୍ବଚ୍ଛ ପରିମଳ ।।୬।।
କାଶତଣ୍ଡୀ ଫୁଲ ଶରତେ ମୋହିଲା
ପ୍ରକୃତି ପ୍ରେମୀର ମନ ।
ନାବକୁ ବାହିଣ ନାଉରିଆ ଭାଇ
କୁଟୁମ୍ବ କରେ ପୋଷଣ ।।୭।।
ସବୁଜ ସୁନ୍ଦର ତୋ ରୂପ ଦର୍ଶନେ
ମନ ହୁଏ ପ୍ରଫୁଲ୍ଲିତ ।
ତୋ ରକ୍ଷା ନିମିତ୍ତ ଜୀବନ ହାରିବି
ଆସୁ ଯେତେ ଝଡ଼ ବାତ ।।୮।।
ପବିତ୍ର କୁମାର ସାହୁ (ସଂସ୍କୃତ ଶିକ୍ଷକ)
ଗ୍ରାମ/ପୋ- ଅତାସାହି
ଥାନା- ଘଷିପୁରା
ଜିଲ୍ଲା- କେନ୍ଦୁଝର
ମୋ: ୯୭୭୭୫୬୦୯୨୧
Share this :
Next Post

କବିତା ପାଇଁ କବିତା ଟିଏ - ନିର୍ମଳ ନାୟକ

କବିତା ପାଇଁ…. କବିତା ଟିଏ… —————– କବିତା କହେ କବିତା ଲେଖ… ହେଲେ ମୁଁ କବିତା ପାଇଁ…. ଆଜି କୋଉ କବିତା ଲେଖିବି.. କବିତା ବିଷୟରେ ଭାବି,ଭାବି କବିତା ର ପଂକ୍ତି ସାରା ଭୁଲିଗଲି…. ଭାବି ଭାବି ଚିନ୍ତା ରେ ପଡ଼ିଗଲି.. ଅନେକ ତତ୍ୱ ଖୋଜିବାକୁ ଲାଗିଲି କବିତା ର ମର୍ମ କୁ ହୃଦୟଙ୍ଗମ କଲି.. କବିତା ର ପ୍ରୟାସ… ———————- ତଥାପି କବିତା ସର୍ଜନା ପାଇଁ… ପ୍ରଯତ୍ନ କରୁଛି. […]

Subscribe US Now