କବିତା ପାଇଁ କବିତା ଟିଏ – ନିର୍ମଳ ନାୟକ

Views: 13
0 0
Read Time:3 Minute, 58 Second

କବିତା ପାଇଁ…. କବିତା ଟିଏ…

—————–

କବିତା କହେ କବିତା ଲେଖ…

ହେଲେ ମୁଁ କବିତା ପାଇଁ….

ଆଜି କୋଉ କବିତା ଲେଖିବି..

କବିତା ବିଷୟରେ ଭାବି,ଭାବି

କବିତା ର ପଂକ୍ତି ସାରା ଭୁଲିଗଲି….

ଭାବି ଭାବି ଚିନ୍ତା ରେ ପଡ଼ିଗଲି..

ଅନେକ ତତ୍ୱ ଖୋଜିବାକୁ ଲାଗିଲି

କବିତା ର ମର୍ମ କୁ ହୃଦୟଙ୍ଗମ କଲି..

କବିତା ର ପ୍ରୟାସ…

———————-

ତଥାପି କବିତା ସର୍ଜନା ପାଇଁ…

ପ୍ରଯତ୍ନ କରୁଛି. କବିତା ଏମିତି..

ହେବା ଜରୁରୀ କବିତା କୁ

ପସନ୍ଦ ଆସିବା ଅବଶମ୍ଭାବୀ

କବିତା ପାଇଁ କବିତା କଳ୍ପନା..

କବିତ୍ୱ ର ମର୍ଯ୍ୟାଦା ର ସମାଧାନ

କବି ର ଅସ୍ଥିତ୍ୱ ର ନିଦାନ..

କବିତା ର ପ୍ରସନତା ର ପ୍ରଶ୍ନ..

କବିତା ବନାମ କବିତା….

—————————–

କବି ର ପରିକଳ୍ପନା କବିତା

କବିତା ର ପସନ୍ଦ କବିତା.

କବି ଚିନ୍ତନ କବିତା….

କବିତା ର ଆକାଂକ୍ଷା କବିତା.

କବି ର ସ୍ବପ୍ନ କବିତା…..

କବିତା ର ସ୍ନେହ କବିତା….

କବି ର ସୁଖ ଦୁଃଖ କବିତା.

କବିତା ର ଜୀବନ କବିତା..

କବି ପାଇଁ କବିତା ଏକ ….

—————————–

କବି ର ବେଖିଆଲୀ ନିସା ଟିଏ

କବି ର ନିତିଦିନ ଖୋରାକ ଇଏ..

କବି ର ଦିବା ସ୍ବପ୍ନ ସିଏ..

କବି ର ରୂପ ବିନ୍ୟାସ ଟିଏ..

କବି ର କ୍ଷୁଧା ତୃଷ୍ନା ଇଏ..

କବି ର ଜୀବନରେଖା ଟିଏ

କବି ର ଜୀବନ ସାଥି ସିଏ

କବି ର ଆତ୍ମଅଭିମାନ ଇଏ

କବିତା ଏମିତି ବି…..

————————

ଏ କ୍ଷୁଦ୍ର ପ୍ରଚେଷ୍ଟା ମାତ୍ର ମୋର..

କବିତା ପାଇଁ ଏ କବିତାଟିଏ

ନିଶ୍ଚୟ କରୁ କବିତ୍ବ କୁ ସାକାର..

ସରସ,ସୁନ୍ଦର ର ପରିକଳ୍ପନା..

ଛୋଟିଆ କବିତା ର ଉପହାର..

କବିତା ର ପସନ୍ଦ ର ମୋହର..

ଖେଳିଯାଏ ଧରାରେ ହସର ଫୁଆରା

ପାରିଶ୍ରମିକ ମିଳିଯିବ କବି ଜୀବନର..

କବିତା ପାଇଁ କବିତା ଟିଏ

ନିର୍ମଳ ନାୟକ

ମହାରାଷ୍ଟ୍ର

Share this :
Next Post

ମୋ ଗାଆଁ ନଈ - ବେଣୁଧର ସୂତାର

ତାରୁଣ୍ୟହସର ମଧୁରଝଲକ ଅନ୍ତରଙ୍ଗତାର ମହକ ମାଖି ଉଦାରପଣର ମୁଗ୍ଧଅଭିଲେଖ ସମୟ ପୃଷ୍ଠାରେ ଦେଇଛି ଲେଖି । ମୌସୁମୀପ୍ରେମର ସୁଖବରଷାରେ ପ୍ରେମ ପ୍ରଣୟର ମହ୍ଲାର ତୋଳେ ଚାନ୍ଦିନୀ ଗାଧୁଆ ରାତିର ଛାତିରୁ ଜୋଛନା ଚୋରାଇ ଚଞ୍ଚଳ ଚଳେ । ଅନ୍ତଃସ୍ବରେ ଭରି ପ୍ରୀତିର ମୂର୍ଛନା ନବରସେ ନବ ଚପଳ ଛନ୍ଦେ ଫେନୀଳ ସଲିଳା ଚାରୁ ତଟିନୀ ମୁଁ ପୁଲକଇ ମନ ଦିବ୍ୟ ଆନନ୍ଦେ । ତ୍ୟାଗ ମନ୍ତ୍ର ମୋର ଜୀବନ ସମ୍ଭାର […]

Subscribe US Now