ମୋ ଗାଆଁ ନଈ – ବେଣୁଧର ସୂତାର

Views: 16
0 0
Read Time:4 Minute, 10 Second

ତାରୁଣ୍ୟହସର
ମଧୁରଝଲକ
ଅନ୍ତରଙ୍ଗତାର
ମହକ ମାଖି
ଉଦାରପଣର
ମୁଗ୍ଧଅଭିଲେଖ
ସମୟ ପୃଷ୍ଠାରେ
ଦେଇଛି ଲେଖି ।
ମୌସୁମୀପ୍ରେମର
ସୁଖବରଷାରେ
ପ୍ରେମ ପ୍ରଣୟର
ମହ୍ଲାର ତୋଳେ
ଚାନ୍ଦିନୀ ଗାଧୁଆ
ରାତିର ଛାତିରୁ
ଜୋଛନା ଚୋରାଇ
ଚଞ୍ଚଳ ଚଳେ ।
ଅନ୍ତଃସ୍ବରେ ଭରି
ପ୍ରୀତିର ମୂର୍ଛନା
ନବରସେ ନବ
ଚପଳ ଛନ୍ଦେ
ଫେନୀଳ ସଲିଳା
ଚାରୁ ତଟିନୀ ମୁଁ
ପୁଲକଇ ମନ
ଦିବ୍ୟ ଆନନ୍ଦେ ।
ତ୍ୟାଗ ମନ୍ତ୍ର ମୋର
ଜୀବନ ସମ୍ଭାର
ନିବିଡ଼ ବନ୍ଧନ
ମମତା ମୂଲ
ମନ ମାଦକର
କାଉଁରୀ କୁହୁକ
ଆଶା ଭରସାର
ସପନ ଫୁଲ ।
ଲତାର ବେଣୀରେ
ଫୁଲ ଚାହାଣିରେ
ଘନ ବନ ଘେରା
ଶଇଳ ମାଳା
ଆଙ୍କି ଅଛି ମୋର
ଚିତ୍ର ଅବୟବ
ପିନ୍ଧାଇ ଦେଇଛି
ଚାରୁ ମେଖଳା ।
ଦୁର୍ଗମ ବନ୍ଧୁର
ଜୀବନ ପଥ ମୋ
ଶୂନ୍ୟତା ର କେତେ
ବେଦନା ବୋଧ
କର୍ତ୍ତବ୍ୟ ରେ ବନ୍ଧା
ମୁଁ ଚପଳ ଛନ୍ଦା
ସଙ୍ଘର୍ଷ ପଥ ମୋ
କରିନି ରୋଧ ।
ତୀରବାସୀ ଙ୍କର
ଜୀବନ ଆଧାର
ଶୁଭ ଆଶିଷର
ସୌଭାଗ୍ୟ ମଣି
କର୍ମ ପୁଣ୍ୟ ବଳେ
ଏଭବ ଶୟଳେ
ରଚେ ମମତାର
ମିଠା କାହାଣୀ ।
ଅନୁରାଗ ଭରା
ପ୍ରକୃତି ପସରା
ଝରାଇଛି ପ୍ରାଣେ
ପ୍ରେମର ବିନ୍ଦୁ
ପ୍ରେମ ପ୍ରଣୟର
ଉଛୁଳା ଝଙ୍କାର
ମହା ମିଳନର
ସପନ ସିନ୍ଧୁ ।
ଗହଳ ମନର
ବହଳ ବିଶ୍ବାସେ
ତୀର ବାସୀଙ୍କର
ମୁଁ ପଣ୍ୟ ସ୍ରୋତା
ମାଟି ମଟାଳର
ପୁଣ୍ୟ ପରିଧିରେ
ବାଣ୍ଟୁ ଅଛି ସ୍ନେହ
ସୁଧା ମମତା ।
ତଟବାସୀ ଙ୍କର
ମମତା ମଧୁର
ଅମୃତ ବୋଳାସେ
ନାମଟି ପାଇ
ବିତରି ଦେଇଛି
ସୁଖ ପୀୟୂଷ ମୁଁ
ମଙ୍ଗଳମୟୀ ମୁଁ
ମୋ ଗାଆଁ ନଈ ।
ଅମିତ ତ୍ୟାଗର
ମୁଗ୍ଧ ମହକରେ
ମିଳିଅଛି ମୋତେ
ଶ୍ରଦ୍ଧା ସମ୍ମାନ
କୁଳୁକୁଳୁ ଗାଇ
ମାଟିର କବିତା
ବିଶ୍ବାସେ ଭରିଛି
ବିଶ୍ବ ଜୀବନ ।

ବେଣୁଧର ସୂତାର
କେଶଦୁରାପାଳ
କେନ୍ଦୁଝର
ମୋ-୯୧୭୮୫୬୮୨୪୬

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ମୋ ଗାଆଁ ନଈ – ବେଣୁଧର ସୂତାର

  1. ମୋ ଗାଁ ନଈ କବିତା ଆରମ୍ଭ ରୁ ଶେଷ ଯାଏଁ ପଢ଼ିଲି
    ମୋତେ ବହୁତ ଭଲ ଲାଗିଲା

Comments are closed.

Next Post

ପ୍ରେମ - ବିମଲ ସାସ୍ମଲ

ପ୍ରେମ ନୁହେଁ ଏକ କଳ୍ପନା କୋଣାର୍କ ଭାଙ୍ଗିଯିବ ପଲକରେ | ପ୍ରେମ ଅଟେ ଏକ ହୃଦୟ ମନ୍ଦିର ରହିଥାଏ ସେ ମନରେ || ପ୍ରେମ ନୁହେଁ ଏକ କାଚର କଣ୍ଢେଇ ଚୁନା ହେବ ଆଘାତରେ | ପ୍ରେମ ପରା ଅଟେ ହୃଦର ଲେପନ ବାନ୍ଧି ରଖେ ଜୀବନରେ || ପ୍ରେମ ନୁହେଁ ଏକ ଅଦିନ ବଉଳ ଝରିଯିବ ବରଷାରେ | ପ୍ରେମ ପରା ଏକ ସମ୍ପର୍କ ର ସେତୁ ଯୋଡ଼ା […]

Subscribe US Now