ଚେନାଏ ମହକ – ସୁଜାତ ଷଡଙ୍ଗୀ

Views: 11
0 0
Read Time:1 Minute, 38 Second

ତୁମେ ମୋର ଅପାସୋରା
ପଥର ଦୂରନ୍ତ ପଥିକ
ମୁଁ ତୁମ ନିଷ୍କପଟ ଛାୟାର କୁହୁକ
ଥରୁଟିଏ ଛୁଇଁ ଦେଖ ମୋତେ
ମାୟା ନୁହେଁ ଛାୟାଟିଏ ମାତ୍ର
ରୂପାନ୍ତରିତ ସ୍ଥାଣୁ ମୂର୍ତ୍ତିଟିଏ
ଫେରି ଦେଖ ଥରେ ମୁଁ ସେଇ
ଅସ୍ତଗାମି ସୂର୍ଯ୍ୟର ନିଷ୍ପ୍ରଭ ଆଲୋକ
ଅନାହତ ହୃଦ କନ୍ଦରରେ
ଶୂନ୍ୟ ଶବ୍ଦର ପ୍ରତିଧ୍ୱନିଟିଏ I
ମୁଁ ତୁମ ପ୍ରତିଟି ରାତିର ସ୍ୱପ୍ନ
ସକାଳର ସ୍ନିଗ୍ଧ ଆଲୋକରେ
ଶୂନ୍ୟରେ ଉଭେଇ ଯାଉଥିବା
ଅପ୍ରକାଶ୍ୟ ଅନୁଭବ ମାତ୍ର,
ତୁମ ଚଲାପଥରେ ଚହଟି ଉଠୁଥିବା
ଅସ୍ପଷ୍ଟ ଅନ୍ଧକାରର ଚେନାଏ ଆଲୋକ।

ସୁଜାତ ଷଡଙ୍ଗୀ

ଭଞ୍ଜନଗର

ଗଞ୍ଜାମ

Share this :
Next Post

ନିରୁଦ୍ଧିଷ୍ଟ ପକ୍ଷୀ - ସୁଜାତା ଷଡଙ୍ଗୀ

ଛନ୍ଦହୀନ ମୁକ୍ତ ପକ୍ଷୀଟିଏ ସ୍ୱଇଚ୍ଛାରେ ଉଡି ବୁଲେ ଆକାଶର ନୀଳିମାରେ ନିରେଖୁ ଥାଏ ମୁଁ ଧରଣୀ ବୁକୁରେ ନିମ୍ନଗାମୀ ଚଞ୍ଚଳା ନଈଟି ସମୁଦ୍ରରେ ମିଶିବାର ଦୁର୍ବାର ଆବେଗ, ସବୁଜ ବନାନୀର ସବୁଜିମାରେ ବିମଣ୍ଡିତ ମାଟି ଓ ପର୍ବତ ପ୍ରକୃତିର ଚନ୍ଦନରେ ସଦା ମହକିତ। ମଳୟର ପ୍ରଥମ ଛୁଆଁରେ ହୃଦୟରେ ଖେଳିଯାଏ ଅଜଣା ପୁଲକର ଅସ୍ଫୁଟ କମ୍ପନ ବହମାନ ସମୟ ନଈରେ ଭାସି ଆସେ ଆତଙ୍କର ସ୍ରୋତଟିଏ କେବେ ମରଣ ମୁହଁକୁ […]

Subscribe US Now