ଅସଲ ସୌନ୍ଦର୍ଯ୍ଯ – ସୀମାଞ୍ଚଳ ପଣ୍ଡା

Views: 11
0 0
Read Time:2 Minute, 43 Second

ଅସଲ    ସୁନ୍ଦର    ନଥାଏ   କାହାର
ରୂପ ରଙ୍ଗ ଅବା ଢଙ୍ଗ କାରଣେ,
କର୍ମେ   ଉତ୍କର୍ଷତା   ଚରିତ୍ରେ  ସାଧୁତା
ଥାଏ କୃତି କୀର୍ତ୍ତି ମଣିଷ ପଣେ।

ରୂପରେ   ଅସଲି    ଗୁଣରେ   ନକଲି
ଅସାର  କରମ , ଅଡୁଆ  ଧନ୍ଦା,
ବହୁ  ଆଡମ୍ବରେ   ଲଘୁ କ୍ରିୟା  ଠାରେ
ଅସଲି   ପଣର   ପଡଇ  ବନ୍ଧା,
ସାଧୁ     ଆଚରଣ,   ଶୁଦ୍ଧ    ନିରିମାଣ,
ବିଶୁଦ୍ଧ  ପ୍ରକାଶ  ବିଶିଷ୍ଟ  ଗୁଣେ,
ଅସଲ     ସୁନ୍ଦର   ନ ଥାଏ   କାହାର
ରୂପ ରଙ୍ଗ ଅବା ଢଙ୍ଗ କାରଣେ।

ପରଖି  ନିରେଖି   ଚାଖି   ଦେଖି  ଶିଖି
ସାରସତା  ଗୁଣେ  ଅସଲ  ଗଣା,
ବାସରେ  ବେଶରେ ବୋଧ ସୁଆଦରେ
ସାଧୁତାରେ  ଶୁଦ୍ଧ  ପଡଇ ଜଣା।

ଅସଲ     ପଣଟା     ରୂପରେ   ନଥାଏ
ଗୁଣ ତା  ଜଣାଏ   ଅସଲ   ରୂପ,
ବାହାର   ସୌନ୍ଦର୍ଯ୍ୟ    ଭିତର   କଦର୍ଯ୍ୟ
ଛଦ୍ମ    ପ୍ରକାଶର   ବିଜ୍ଞ   ସ୍ୱରୂପ,
କୁଟୀଳ    କରମେ   ବିପରୀତ    ଧର୍ମୈ
ପଡ଼େ ନାହିଁ ଜଣା  ଅସଲ ପଣେ,
କର୍ମେ    ଉତ୍କର୍ଷତା    ଚରିତ୍ରେ   ସାଧୁତା
ଥାଏ କୃତି ,କୀର୍ତ୍ତି ମଣିଷ ପଣେ।

ସ୍ଥାନ  କାଳ  ପାତ୍ରେ  ଚଳନେ  ଜାଗ୍ରତେ
ସୁବିଚାରେ   ଜାଣ  ଅସଲ ପଣ,
ଉପରକୁ   ଦେଖି   ଯାଅ   ନାହିଁ   ଲାଖି
ଅଜଣା  ପର୍ଯ୍ୟନ୍ତ  ଶୁଦ୍ଧ ପ୍ରମାଣ।।

ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ

Share this :
Next Post

ତୁଠ ପଥର - ସୁରେଶ ଚନ୍ଦ୍ର ମହାନ୍ତ

ତୋ ଦେହରେ ବସିଛନ୍ତି ଭାବି କେତେ ଆପଣାର କେବେ ପଚାରି ନାହାଁନ୍ତି ତୁ ରହିଛୁ ପଡି କାହିଁକି ? ତୋ ଦେହରେ ଗୋଡ଼ଘସି ହସି ଗୁଲି ଗପ କରି ତେଲ ହଳଦୀ ଲଗାଇ ଯାଇଛନ୍ତି ଶାଶୁ ଘର ଯୁଇ ଯାଇ ହେନା ମଲ୍ଲୀ ଏବେ କୋଳେ ଖେଳୁଛନ୍ତି କେତେ ନାତି ନାତୁଣୀ ! ଲୋ ତୁଠ ପଥର ରହିଛନ୍ତି କେତେ ଝିଅ ଯୌତୁକ ଅଭିଶାପରେ ମୁହଁ ନ ଖୋଲି ତରବାରିର […]

Subscribe US Now