ତୁଠ ପଥର – ସୁରେଶ ଚନ୍ଦ୍ର ମହାନ୍ତ

Views: 13
0 0
Read Time:1 Minute, 42 Second

ତୋ ଦେହରେ ବସିଛନ୍ତି

ଭାବି କେତେ ଆପଣାର

କେବେ ପଚାରି ନାହାଁନ୍ତି

ତୁ ରହିଛୁ ପଡି କାହିଁକି ?

ତୋ ଦେହରେ ଗୋଡ଼ଘସି

ହସି ଗୁଲି ଗପ କରି

ତେଲ ହଳଦୀ ଲଗାଇ

ଯାଇଛନ୍ତି ଶାଶୁ ଘର

ଯୁଇ ଯାଇ ହେନା ମଲ୍ଲୀ

ଏବେ କୋଳେ ଖେଳୁଛନ୍ତି

କେତେ ନାତି ନାତୁଣୀ !

ଲୋ ତୁଠ ପଥର

ରହିଛନ୍ତି କେତେ ଝିଅ

ଯୌତୁକ ଅଭିଶାପରେ

ମୁହଁ ନ ଖୋଲି

ତରବାରିର ଜୟ

ଜୟ ନୁହେଁ ବୋଲି

ଯୁଦ୍ଧ ପାଇଁ ଆଗେଇ ନ ଆସି !

ଏ ସବୁ ତୁ ଦେଖି ଶୁଣି

କେମିତି ରହିଛୁ ପଡି

ପାଷାଣୀ ଅହଲ୍ୟା ପରି

କେଉଁ ଶ୍ରୀରାମ ର

ପାଦୁକା ସ୍ପର୍ଶ ପାଇଁ !

ସୁରେଶ ଚନ୍ଦ୍ର ମହାନ୍ତ

ଲକ୍ଷ୍ମୀ ପ୍ରିଣ୍ଟର୍ସ, କୋଠାଘର, ପାଟଣା, କେନ୍ଦୁଝର

Share this :
Next Post

Isolation - Monalisa Parida

Like A lonely star in the night A lonely cloud in the sky A lonely plant in the desert I am lonely in the world. Lonely is my mind Lonely is my words Lonely is my sentence So I am lonely to talk in solitary. Lonely are months Lonely are […]

Subscribe US Now